ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ୫ଜଣଙ୍କୁ ଦେବଦାସୀ ଓ ଶଶିମଣି ସମ୍ମାନପ୍ରଦାନ
ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଭଞ୍ଜକଳାମଣ୍ଡପରେ ଆୟୋଜିତ ୧୮ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଭଞ୍ଜକଳାମଣ୍ଡପରେ ଆୟୋଜିତ ୧୮ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିଥିଲା। ଚେନ୍ନାଇର ଶୈଳଜା ଓ ଡ. ଦିଲୀପଙ୍କ କୁଚିପୁଡ଼ି ନୃତ୍ୟ, ରତ୍ନପଦ୍ମା ଆରସ୍ମିତାଙ୍କ ଓଡ଼ିଶୀ, କେରଳର ଭାରତନାଟ୍ୟମ୍ ଦଳଗତ ନୃତ୍ୟ, ଆସାମର ଚିତ୍ରଲେଖା ଗୋଗୋଇ ଓ କାକଳି ହଜାରିକାଙ୍କ ସତ୍ରୀୟା ନୃତ୍ୟ, ଗୁରୁ ରୋଜାଲିନ ମହାପାତ୍ରଙ୍କ ଛାତ୍ରୀମାନଙ୍କ ଦଳଗତ ଓଡ଼ିଶୀ ନୃତ୍ୟ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଥିଲା।
ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟରେ ସମ୍ବର୍ଦ୍ଧନା ପର୍ବରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ପଣ୍ଡିତ ଗଦାଧର ମହାପାତ୍ର, ଆୟକର ବିଭାଗର ଉପାୟୁକ୍ତ ଦୁର୍ଗା ପ୍ରସାଦ ମହାପାତ୍ର, ଜାତୀୟ ମାନବାଧିକାର କମିଶନର ସଦସ୍ୟ ମନୋଜ ଜେନା, ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପ୍ରତିଷ୍ଠିତ କଥକ ମୋହିନୀ ନୃତ୍ୟ ଶିଳ୍ପୀ, ମାହାରୀ ନୃତ୍ୟ ଶିଳ୍ପୀ, ଶୈଳଜା, ରତ୍ନପଦ୍ମା ଅରସ୍ମିତା, ଚିତ୍ରଲେଖା ଗୋଗୋଇ, କାକଳି ହଜାରିକା, ଦେବରୂପା ମହାପାତ୍ର ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ଓ ଶଶିମଣି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୌଜନ୍ୟ-ସମ୍ୱାଦ
Comments are closed.