Breaking News

ଦେଶପ୍ରେମ ମହୋତ୍ସବର ଦ୍ୱିତୀୟ ଦିବସ: ନେତାଜୀଙ୍କ ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ

‘ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌’ ଓ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ଦେଶପ୍ରେମ ମହୋତ୍ସବର ଦ୍ୱିତୀୟ ଦିବସରେ ‘ଦେଶପ୍ରେମ ଓ ନେତାଜୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଭୁବନେଶ୍ୱର: ‘ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌’ ଓ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ଦେଶପ୍ରେମ ମହୋତ୍ସବର ଦ୍ୱିତୀୟ ଦିବସରେ ‘ଦେଶପ୍ରେମ ଓ ନେତାଜୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସମ୍ପାଦକ ତଥା ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତିରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ପୂର୍ବାହ୍ନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥି ଭାବେ ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ, ବରିଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ବିଶି‌ଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ଶ୍ରମିକ ନେତା ରକ୍ଷାକର ଅନୁପମ ପ୍ରମୁଖ ଯୋଗ ଦେଇଥିଲେ। ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଦେଶପ୍ରେମର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋଚନା କରିବା ସହ ସୁଭାଷଙ୍କୁ ଦେଶ ପ୍ରେମୀମାନଙ୍କର ରାଜକୁମାର ଭାବରେ ବର୍ଣ୍ଣନା କରିଥିଲେ। ଆଜି ଭାରତର ମାଟି, ପାଣି, ପବନ ସମେତ ଜୀବନଯାତ୍ରା କମ୍ପାନିମାନଙ୍କ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି। ମାଟି ଓ ମାଟିର ମଣିଷମାନଙ୍କ ସୁରକ୍ଷା ପାଇଁ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ିବା ପାଇଁ ନେତାଜୀ ପ୍ରେମୀମାନେ ପ୍ରସ୍ତୁତ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଅପରାହ୍ଣରେ କବି ନିରାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦେଶପ୍ରେମୀ କବି ସମ୍ମିଳନୀରେ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଅଶ୍ୱିନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବାସୁଦେବ ସୁନାନୀ, ବିନୋଦ, ଜିତେନ୍ଦ୍ରୀୟ ବେହେରା, ଶୃତକୀର୍ତ୍ତି ତ୍ରିପାଠୀ, ସୁନନ୍ଦା ପ୍ରଧାନ, ହରପ୍ରିୟା ମହାନ୍ତି, ଅଶ୍ୱିନୀ କୁମାର ମିଶ୍ର, ପ୍ରଫୁଲ୍ଲ ମହାରଣା, ଲକ୍ଷ୍ମୀନାରାୟଣ ଦାଶ, ମନୋଜ କୁମାର ପାଣିଗ୍ରାହୀ, ମମତା ମହାନ୍ତି, କାଳୀ ଦାଶ, ଅମରେନ୍ଦ୍ର ମାଧବ ଦାସ, ମିନତି ମିଶ୍ର, ରଶ୍ମି ସାମଲ, ବିଘ୍ନେଶ୍ୱର ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ସନ୍ଧ୍ୟାରେ କଳାକାର ଅନୁରାଗ ଦାସ, ବାବାଜୀଚରଣ ଦାସ, ବିଜୟ ବାରିକ, ଜସ୍ମିନ ରାୟ ଓ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଦେଶପ୍ରେମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.