Breaking News

ଦ୍ବନ୍ଦ୍ବରେ ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ ସମ୍ପ୍ରସାରଣ

ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ର କ୍ଷମତାକୁ ବଢ଼ାଇବା ଲାଗି ଯେଉଁ ଯୋଜନା ଥିଲା, ତାହା ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବାର କମ୍ ସମ୍ଭାବନା ରହିଛି। ସମ୍ପ୍ରସାରଣ ବିଷୟରେ ବର୍ଷକ ତଳୁ ଘୋଷଣା କରାଯାଇଥିଲା।

ନୂଆଦିଲ୍ଲୀ: ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ର କ୍ଷମତାକୁ ବଢ଼ାଇବା ଲାଗି ଯେଉଁ ଯୋଜନା ଥିଲା, ତାହା ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବାର କମ୍ ସମ୍ଭାବନା ରହିଛି। ସମ୍ପ୍ରସାରଣ ବିଷୟରେ ବର୍ଷକ ତଳୁ ଘୋଷଣା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ଆର୍ଥିକ ଦୃଷ୍ଟିରୁ ଲାଭଜନକ ରହିବ ନା ନାହିଁ, ସେହି ସର୍ବେକ୍ଷଣ କରାଯାଇନାହିଁ। ଆଦାନୀ ଟୋଟାଲ୍‌ର ସିଇଓ ସୁରଜିତ୍ ସିଂହ ଲାମ୍ବା ଏ ସମ୍ପର୍କରେ ସୂଚନା ଦେବା ପରେ ପ୍ରକଳ୍ପର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଦାନୀ ଟୋଟାଲ୍ ପକ୍ଷରୁ ଧାମରା ବନ୍ଦରରେ ଏକ ବାର୍ଷିକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଲ୍‌ଏନ୍‌ଜି ଟର୍ମିନାଲ୍ ସ୍ଥାପନ କରାଯାଇଛି।

ସେଥିରେ ଆଦାନୀର ୫୦ ପ୍ରତିଶତ ଓ ଫ୍ରାନ୍ସର କମ୍ପାନି ଟୋଟାଲ୍‌ଏନର୍ଜିସ୍‌ର ୫୦ ପ୍ରତିଶତ ଅଂଶଧନ ରହିଛି। ୨୦୨୪ରେ ଏହି ପ୍ରକଳ୍ପର ହାରାହାରି ଉପଯୋଗିତା ହାର ଥିଲା ମାତ୍ର ୨୫ ପ୍ରତିଶତ। ତା’ପରଠାରୁ ତାହା ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ନୂଆ ଗ୍ରାହକ ‌ହାସଲ କରିବାରେ ଟର୍ମିନାଲ୍ ବିଫଳ ହୋଇଥିବାରୁ ଏହାର କ୍ଷମତା ଉପଯୋଗ ହାର ବଢ଼ିପାରୁନାହିଁ। ୨୦୨୩ରେ କେବଳ ଇଣ୍ଡିଆନ୍ ଅଏଲ୍‌ ଓ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହ ଏହା ୨୦ ବର୍ଷିଆ ଚୁକ୍ତି ସ୍ବାକ୍ଷର କରିଥିଲା। ଚାହିଦା ବଢ଼ିଲେ କମ୍ପାନି ଟର୍ମିନାଲ୍‌ର କ୍ଷମତା ବଢ଼ାଇବ। ଚାହିଦା ଉପରେ ସମ୍ପ୍ରସାରଣ ନିର୍ଭର କରୁଛି ବୋଲି କମ୍ପାନିର ସିଇଓ ଶ୍ରୀ ଲାମ୍ବା କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.