Breaking News

ଦ୍ବାରକାଧୀଶଙ୍କ ପାଦପଦ୍ମରେ ପଦଯାତ୍ରା ସଂପୂର୍ଣ୍ଣ କଲେ ଅନନ୍ତ ଅମ୍ବାନୀ: ଧୈର୍ଯ୍ୟ ଓ କୃପାର ଏକ ବ୍ୟକ୍ତିଗତ ତୀର୍ଥଯାତ୍ରା

ପବିତ୍ର ଶ୍ରୀରାମ ନବମୀରେ ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ଦ୍ବାରକା ସହରରେ ଶେଷ ହୋଇଛି। ହିନ୍ଦୁ ତିଥି ଅନୁଯାୟୀ ଶ୍ରୀରାମ ନବମୀ ମଧ୍ୟ ଅନନ୍ତଙ୍କ ଜନ୍ମଦିନ। ଜାମନଗରରୁ ବାହାରି ୧୮୦ କିମି ପଦଯାତ୍ରା କରିବା ପରେ ଅନନ୍ତ ଅମ୍ବାନୀ ଦ୍ବାରକାରେ ପହଞ୍ଚିଛନ୍ତି।

ମୁମ୍ବାଇ: ପବିତ୍ର ଶ୍ରୀରାମ ନବମୀରେ ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ଦ୍ବାରକା ସହରରେ ଶେଷ ହୋଇଛି। ହିନ୍ଦୁ ତିଥି ଅନୁଯାୟୀ ଶ୍ରୀରାମ ନବମୀ ମଧ୍ୟ ଅନନ୍ତଙ୍କ ଜନ୍ମଦିନ। ଜାମନଗରରୁ ବାହାରି ୧୮୦ କିମି ପଦଯାତ୍ରା କରିବା ପରେ ଅନନ୍ତ ଅମ୍ବାନୀ ଦ୍ବାରକାରେ ପହଞ୍ଚିଛନ୍ତି। ତାଙ୍କର ଏହି ଆଧ୍ୟାତ୍ମିକ ଅନ୍ବେଷଣ ପଦଯାତ୍ରା ଗତ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହୋଇଥିଲା। ଦିନକୁ ସେ ୧୨ରୁ ୧୫ କିମି ଚାଲୁଥିଲେ। ବିଶ୍ବାସ ଦ୍ବାରା ପ୍ରେରିତ ଏହି ଦୀର୍ଘ ପଦଯାତ୍ରା ଆନୁଷ୍ଠାନିକ ନୁହେଁ ବରଂ ଏକାନ୍ତ ବ୍ୟକ୍ତିଗତ ରହିଥିଲା। ଏହା ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରତି ଭକ୍ତି ଏବଂ ସନାତନ ଧର୍ମର ଆଦର୍ଶ ପ୍ରତି ସମର୍ପଣର କାର୍ଯ୍ୟ ଥିଲା। ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଭକ୍ତିର ଏକ କାର୍ଯ୍ୟ ଥିଲା-ଯାହାଦ୍ବାରା କି ଶରୀର, ମନ ଏବଂ ପ୍ରାଣକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରି ଦିଆଯାଇଥିଲା। ଚାଲିବାର ପ୍ରତ୍ୟେକ ପାଦରେ ଅନନ୍ତ ଦ୍ବାରକାଧୀଶ ଏବଂ ସନାତନ ଧର୍ମର ଆଦର୍ଶଙ୍କ ପ୍ରତି ସମର୍ପିତ ଥିଲେ। ତାଙ୍କ ଚାଲିବା କୌଣସି ବିବୃତି ଦେବା ପାଇଁ ଉଦ୍ଦିଷ୍ଟ ନଥିଲା, ବରଂ ଏକାନ୍ତ, ସ୍ଥିରତା ଏବଂ ସ୍ବେଦ ଭିତରେ ଈଶ୍ବରଙ୍କ ଦିବ୍ୟତା ପାଇବା ଲାଗି ଉଦ୍ଦିଷ୍ଟ ଥିଲା।
ଅନନ୍ତ ଅମ୍ବାନୀଙ୍କ ଉକ୍ତ ପଦଯାତ୍ରା ‌ସବୁଠୁ ଅସାଧାରଣ ଯେଉଁଥି ପାଇଁ ଥିଲା ତାହା ହେଉଛି ସେ ପିଲାଦିନୁ କୁସିଂସ୍‌ ସିଣ୍ଡ୍ରୋମ୍‌ ନାମକ ଏକ ବିରଳ ହରମୋନ୍‌ ବିକାର ଓ ରୋଗଜନିତ ମେଦବହୁଳତା, ଶ୍ବାସଜନିତ ସମସ୍ୟା ଏବଂ ଗମ୍ଭୀର ଫୁସ୍‌ଫୁସ୍‌ ରୋଗଜନିତ ଦୁର୍ବଳତା ସତ୍ତ୍ବେ ଏହି କଠିନ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

ଏହି ପଦଯାତ୍ରାର ଶାରୀରିକ ଶ୍ରମ ଆମ ଭିତରେ ସବୁଠାରୁ ସୁସ୍ଥ ଥିବା ଲୋକଙ୍କୁ ମଧ୍ୟ କଷ୍ଟ ଦେବ। ତଥାପି ଅନନ୍ତ ଅମ୍ବାନୀଙ୍କ ପାଇଁ ଏହି ତୀର୍ଥଯାତ୍ରା ଶକ୍ତି ବା ବଳ ଦେଖାଇବା ପାଇଁ ଉଦ୍ଦିଷ୍ଟ ନଥିଲା ବରଂ ଭୟ ଉପରେ ବିଶ୍ୱାସକୁ, କଷ୍ଟ ଉପରେ ଭକ୍ତିକୁ ଏବଂ ଆରାମ ଉପରେ ଶୃଙ୍ଖଳାକୁ ବଜାୟ ରଖିବାକୁ ଉଦ୍ଦିଷ୍ଟ ଥିଲା। ପଦଯାତ୍ରାରେ କୌଣସି କ୍ୟାମେରା ନଥିଲା, ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଉ ନଥିଲା କିମ୍ବା ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉ ନଥିଲା। କେବଳ ଧୂଳିଧୂରସିତ ପୃଥିବୀରେ ପଦଯାତ୍ରାର ଶବ୍ଦ ଏବଂ ଅତୁଟ ବିଶ୍ବାସର ନିରବ ଚିତ୍କାର ରହିଥିଲା। ଅନନ୍ତ ଚାଲୁଥିବା ପ୍ରତିଟି ବାଲି ରେଣୁ ଏବଂ ଖୋଲା ଆକାଶରୁ ନେଉଥିବା ପ୍ରତିଟି ନିଶ୍ୱାସରେ ଏମିତି ବଞ୍ଚୁଥିଲେ ଯାହାକୁ ଆପଣାଇବାକୁ ଖୁବ ଅଳ୍ପ ବ୍ୟକ୍ତି ସାହସ କରିବେ। ପ୍ରକୃତ ଶକ୍ତି ଅଧିକାଂଶ ସମୟରେ ନିରବତା ଭିତରୁ ଆସୁଥିଲା। ଅସୀମିତ ବିକର୍ଷଣ, ମୂଲ୍ୟବୋଧରେ ପରିବର୍ତ୍ତନ ଏବଂ କୋଳାହଳପୂର୍ଣ୍ଣ ବିଶ୍ବ ଭିତରେ ଦ୍ବାରକାକୁ ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ତାଙ୍କର ସ୍ପଷ୍ଟତା, ସାହସ ଏବଂ ଦୃଢ଼ ପ୍ରତ୍ୟୟକୁ ଦର୍ଶାଇଥିଲା। ସଂପ୍ରତି ଉପରଠାଉରିଆ ଭାବେ ଗଭୀରତାକୁ, କୋଳାହଳ ଭିତରେ ଅର୍ଥକୁ ଖୋଜା ଯାଉଥିବାବେଳେ ଅନନ୍ତଙ୍କ ପଦଯାତ୍ରା କେତେକ ଶକ୍ତିଶାଳୀ ଉକ୍ତି ଯଥା ବିଶ୍ବାସ ହିଁ ଚିରନ୍ତନ ଏବଂ ସହନଶୀଳତା ସବୁବେଳେ ଗର୍ଜି ନଥାଏକୁ ମନେ ପକାଇ ଦେଇଛି।

ଅନନ୍ତଙ୍କ ପଦଯାତ୍ରା ଏକ ରୀତି ନଥିଲା, ଏହା ଥିଲା ନିଜ ପ୍ରତି ଦାୟିତ୍ବ। ପ୍ରଶଂସା ପାଇଁ ନୁହେଁ ବରଂ ଶାନ୍ତି ପାଇଁ ସେ ପ୍ରତି ଦିନ ବନ୍ଧୁର ପଥରେ ଚାଲିବାକୁ ଚୟନ କରୁଥିଲେ। ବିଶ୍ବକୁ ପ୍ରଭାବିତ କରିବା ପାଇଁ ନୁହେଁ ବରଂ ଦିବ୍ୟ ସତ୍ତାକୁ କୃତଜ୍ଞତା ଜଣାଇବା ପାଇଁ ସେ ପଦଯାତ୍ରା କରୁଥିଲେ। ତାଙ୍କ ଯାତ୍ରା କହେ, ଆପଣଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୁଁ ଯନ୍ତ୍ରଣା ଭିତରେ ଚାଲିବି। ମୋର ବିଶ୍ବାସକୁ ପ୍ରଦର୍ଶିତ କରିବା ପାଇଁ କଷ୍ଟକୁ ସହିବି। ମୁଁ ଦୁର୍ବଳ ହୋଇଥିବା କାରଣରୁ ନୁ‌ହେଁ ବରଂ ଗର୍ବ ଉପରେ ସମର୍ପଣକୁ ପସନ୍ଦ କରିଥିବାରୁ ନତମସ୍ତକ ହେବି। ତାଙ୍କର ପଦଯାତ୍ରା ପିଢ଼ି ପରେ ପିଢ଼ି ଲୋକଙ୍କୁ ବାର୍ତ୍ତା ଦେଲା ଯେ ଆପଣଙ୍କ ପାଇଁ ଭକ୍ତି ମାର୍ଗଦର୍ଶକ ହେଉ। ଆପଣଙ୍କୁ ବିନୟୀ କରୁ ଏବଂ ଆପଣଙ୍କୁ ଗଠନ କରୁ। ଯେତେବେଳେ ଜୀବନର ଭାର ଅଧିକ ବୋଲି ଅନୁଭବ ହୁଏ ସେତେବେଳେ ବିଶ୍ବାସ ଆପଣଙ୍କୁ ଆଗକୁ ନେଉ।

 

 

 

 

 

 

 

 

 

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.