ଓଡିଶା

ଧମକ ପରେ ମୁହଁ ଖୋଲିଲେ ସାଂସଦ ଦେବାଶିଷ, କହିଲେ ମୋ କାମ ଠାରୁ ମୋତେ ଦୁରେଇପାରିବନି

ପୁରୀ ୨୧।୦୧ : ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ସୋସିଆଲ ମିଡ଼ିଆ ଫେସବୁକରେ ଗୁଳିମାଡ ଧମକ ପୋଷ୍ଟ ଘଟଣା ଏବେ ସବୁ ଆଡ଼େ ହଇଚଇ ସୃଷ୍ଟି କରିଛି। ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରୁ ଏହି ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।

ଶୁଭାଶିଷ କହିଛନ୍ତି ଯେ, ଗତ ଦୁଇଦିନ ତଳେ ମୋ ମୋବାଇଲକୁ ଜଣେ ବ୍ୟକ୍ତି ମେସେଜ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ବି ଆସିଥିଲା। ଏହା ଏକ ଫେକ୍ ମେସେଜ ଭାବି ରାଜ୍ୟସଭା ସାଂସଦ ଅଣଦେଖା କରିଥିଲେ। ମଙ୍ଗଳବାର ସୋସିଆଲ ମିଡିଆରେ ପୁଣି ଥରେ ଜୀବନରୁ ମାରିଦେବାକୁ ତଥା ଗୁଳିମାଡ଼ ପାଇଁ ଧମକ ଆସିଛି। ଏହା ଏକ ଗୁରୁତର ଘଟଣା। ଏନେଇ ପୋଲିସକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅବଗତ କରାଇଥିବା ବେଳେ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁରୀ ଏସପିଙ୍କୁ ସେ ନିବେଦନ କରିଛନ୍ତି। ପୁରୀ ଭଳି ଏକ ପର୍ଯ୍ୟଟନସ୍ଥଳୀରେ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର, ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଗୁଳିମାଡ଼ ଏବଂ ବୋମାମାଡ ଧମକ ଆସିବା ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇବ। ତେଣୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟସଭା ସାଂସଦ।

ସୌଜନ୍ୟ  Prameya News7

Leave a Reply

Your email address will not be published. Required fields are marked *

Back to top button