Breaking News

ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ପାଲଟିଛି ବର୍ଷା; ପାଚିଲା ଧାନକୁ ତରତର ସାଇତି ରଖୁଛି ଚାଷୀ

ବାଲେଶ୍ୱର ସୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଧାନକଟା ଚାଲିଛି । ହେଲେ ଆଜି ସକାଳୁ ଝିପିଝିପି ବର୍ଷା ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କନକ ବ୍ୟୁରୋ : ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଧାନ ଅମଳ ସମୟରେ ବର୍ଷା କାରଣରୁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ବାଲେଶ୍ୱର ସୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଧାନକଟା ଚାଲିଛି । ହେଲେ ଆଜି ସକାଳୁ ଝିପିଝିପି ବର୍ଷା ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳୁ ସକାଳୁ ବର୍ଷା ପକାଇବାରୁ ସୋରର ମାଣିପୁର, ମଙ୍ଗଳପୁର, ସିଙ୍ଗାଖୁଣ୍ଟା ଅଂଚଳରେ ଚାଷୀମାନେ ତରବରିଆ ଭାବେ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି ।

ଧାନ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଣିପାଗର ଅନିୟମିତତା ପାଇଁ ଚାଷୀ କୂଳ କ୍ଷତି ସହୁଛନ୍ତି । ଏବେ ଅମଳ ସମୟରେ ବର୍ଷା ହେଲେ ଅଧିକ କ୍ଷତି ହୋଇପାରେ । କିଛି ସ୍ଥାନରେ ଧାନ କଟା ସରିଛି । ବର୍ଷା ଆସିବାରୁ ଚାଷୀମାନେ ବିଲରେ ଧାନ ବିଡାକୁ ଗଦା ମାରି ପଲିଥିନରେ ଘୋଡାଇ ରଖିଛି ।
ସୌଜନ୍ୟ-କନକ

Comments are closed.