ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏ କହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି।

ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ମଧ୍ୟରେ ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଛି। ଖୁର୍ସିଦ୍ ଅହମଦ ସେଖ ହେଉଛନ୍ତି ଜେଲ୍‌ ଦଣ୍ଡାଦେଶ ପାଇଥିବା ବାରମୁଲା ଲୋକସଭା ସାଂସଦ ଇଞ୍ଜିନିୟର୍‌ ରସିଦଙ୍କ ଭାଇ।

ବୁଧବାର ଧାରା ୩୭୦ ପୁନଃସ୍ଥାପନ କରିବା ନେଇ ଶାସକ ଦଳ ଏନସି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଜେପି ବିଧାୟକମାନେ ଆଗ୍ରାହ୍ୟ କରିଥିଲେ। ଏହାକୁ ଦେଶ ବିରୋଧୀ ଓ ପାକିସ୍ତାନୀ ଏଜେଣ୍ଡା ବୋଲି କହିଥିଲେ ବିଜେପି ବିଧାୟକମାନେ। ଆଜି ବିରୋଧ କରିଥିଲେ ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ  ଖୁର୍ସିଦ୍ ଅହମଦ ସେଖ ଧାରା ୩୭୦ ଲେଖାଥିବା ପୋଷ୍ଟର ଦେଖାଇବାକୁ ବିରୋଧ କରିଥିଲା ବିଜେପି।

ଯାହାକୁ ନେଇ ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କୁ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।