Breaking News

ଧୀରେନ୍‌ଙ୍କ ଦୁଇଟି ପ୍ରେମ!

ଜଣାଶୁଣା ନାୟକ ଧୀରେନ୍‌ଙ୍କ ଅଭିନୀତ ଆଉ ଦୁଇଟି ଛବି ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଆଉ କୌତୂହଳର ବିଷୟ ହେଲା, ଦୁଇଟିଯାକ ଛବିର ଶୀର୍ଷକରେ ପ୍ରେମ ଶବ୍ଦ ରହିଛି। ତାଙ୍କ ଅଭିନୀତ ‘ବଦମାସିଆ ପ୍ରେମ’ ଓ ‘କେମିତି ଏ ପ୍ରେମ’ ଖୁବ୍‌ ଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡ଼ିଛି।

ଜଣାଶୁଣା ନାୟକ ଧୀରେନ୍‌ଙ୍କ ଅଭିନୀତ ଆଉ ଦୁଇଟି ଛବି ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଆଉ କୌତୂହଳର ବିଷୟ ହେଲା, ଦୁଇଟିଯାକ ଛବିର ଶୀର୍ଷକରେ ପ୍ରେମ ଶବ୍ଦ ରହିଛି। ତାଙ୍କ ଅଭିନୀତ ‘ବଦମାସିଆ ପ୍ରେମ’ ଓ ‘କେମିତି ଏ ପ୍ରେମ’ ଖୁବ୍‌ ଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡ଼ିଛି। ‘ବଦମାସିଆ ପ୍ରେମ’ରେ ଟେଲିଜଗତର ସଫଳ ଚେହେରା ହିରଣ୍ମୟୀ ନାୟିକା ଭୂମିକାରେ ଥିବା ବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ସୋମୁ, ଚୌଧୁରୀ ଜୟପ୍ରକାଶ ଦାସ, ଦେବୁ ବ୍ରହ୍ମା, ଇଲୁ ବାନାର୍ଜୀ, ରବି ମିଶ୍ର, ଲଲାଟ ଓ ପ୍ରତିଭା ପଣ୍ଡା ଅଭିନୟ କରିଛନ୍ତି। ଡ୍ରିମ୍ ମିଡିଆ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଛବିର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଲେ ନିରଞ୍ଜନ ବେହେରା। ସେ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ରଚନା କରିଛନ୍ତି। ଡକ୍ଟର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର।

ନୂଆ ନାୟକ ଧୀରେନ୍‌ଙ୍କ ଅଭିନୀତ ଦୁଇଟି ଛବି ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି। କୌତୂହଳର ବିଷୟ ହେଲା, ଦୁଇଟିଯାକ ଛବିର ଶୀର୍ଷକରେ ରହିଛି ପ୍ରେମ ଶବ୍ଦ।

‘କେମିତି ଏ ପ୍ରେମ’ରେ ଧୀରେନ୍‌ଙ୍କ ସହ ରାକେଶ, ପ୍ରିୟଙ୍କା ସାହୁ, ରମେଶ ନାୟକ, ମିତା ଚକ୍ରବର୍ତ୍ତୀ, ପ୍ରିୟଙ୍କା ପାଣିଗ୍ରାହୀ ଓ କୁସୁମ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ମା’ ଧନଲକ୍ଷ୍ମୀ ପ୍ରଡକ୍‌ସନ୍‌ସ ବ୍ୟାନର୍‌ରେ ନିର୍ମିତ ଏହି ଛବିର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର। ଆଶୁତୋଷ ବାରିକ ଏହାର ସଂଳାପକାର। ଧୀରେନ୍ କହନ୍ତି, ‘‘ସାଂପ୍ରତିକ ଘଟଣା ଉପରେ ‘ବଦମାସିଆ ପ୍ରେମ’ର କାହାଣୀ ଆଧାରିତ। କିନ୍ତୁ ‘କେମିତି ଏ ପ୍ରେମ’ରେ ପ୍ରେମ, ପ୍ରଣୟ, ପ୍ରତିଶୋଧ ଓ ସସ୍‌ପେନ୍‌ସ ରହିଛି। ଉଭୟ ସିନେମାରେ ମୋର ଚରିତ୍ର ଭିନ୍ନ ଏବଂ ଦୁଇଟିଯାକରେ ଦର୍ଶକ ମୋତେ ପସନ୍ଦ କରିବେ ବୋଲି ମୁଁ ଆଶାବାଦୀ।’’ ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ସେ ନାୟକ ଭାବେ ପ୍ରଥମେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.