Breaking News

ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିଲେ ସାନ ଭାଇ

ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇ ଶାଲିଗ୍ରାମ ଓରଫ ସୌରଭ ଗର୍ଗଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ଅଛି। ଯେମିତି କି ମାଡ଼ପିଟା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଇତ୍ୟାଦି।

ନୂଆଦିଲ୍ଲୀ: ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବାଗେଶ୍ୱର ନାମରେ ଜଣାଶୁଣା। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇଙ୍କ ନାମ ହେଉଛି ଶାଲିଗ୍ରାମ ଓରଫ ସୌରଭ ଗର୍ଗ। ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ଭାଙ୍ଗିବା କଥା କହୁଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ଶାଲିଗ୍ରାମ କହିଛନ୍ତି, ‘ ଜୟ ଶ୍ରୀ ରାମ। ମୁଁ ଆଜି ଆପଣମାନଙ୍କୁ କିଛି ଜରୁରୀ ଘୋଷଣା କରିବାକୁ ଯାଉଛି। ଆଜି ପର୍ଯ୍ୟନ୍ତ ମୋ କାରଣରୁ ସନାତନୀ ହିନ୍ଦୁମାନଙ୍କୁ ଓ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଯେଉଁ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି।
ମୁଁ ଚାହୁଁଛି ଆଗାମୀ ଦିନରେ ଏପରି ନହେଉ। ସେଥିପାଇଁ ଆଜିଠାରୁ ମୋର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ନାହିଁ। ମୁଁ ମୋର ଏହି ନିଷ୍ପତ୍ତି ସମ୍ପର୍କରେ ପରିବାର କୋର୍ଟଙ୍କୁ ଜଣାଇ ଦେଇଛି। କାରଣ ମୁଁ ଆଇନଗତ ଭାବେ ବି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି।
ତେଣୁ ମୋର ଅନୁରୋଧ ଆଗାମୀ ଦିନରେ ମୋର କୌଣସି କାମକୁ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ଯୋଡ଼ିବେ ନାହିଁ।

ଶଲିଗ୍ରାମ ଗର୍ଗ

ସୌଜନ୍ୟ-ସମ୍ୱାଦ

Comments are closed.