ମନୋରଞ୍ଜନ

‘ଧୁରନ୍ଧର ୨’ର ଏହି ଅଭିନେତାଙ୍କ ପାଖରେ ନିଜ ଫିଲ୍ମ ଦେଖିବାକୁ ନାହିଁ ଟଙ୍କା, କହିଲେ-୫୦୦ ଟଙ୍କା କେଉଁଠୁ ନାହିଁ…

ଧୁରନ୍ଧର ୨ ସିନେମା ହଲରେ ଆସିବାର ସାତ ଦିନ ବିତିଗଲାଣି ତଥାପି ଏହି ଅଭିନେତା ଏପର୍ଯ୍ୟନ୍ତ ଫିଲ୍ମ ଦେଖିନାହାଁନ୍ତି। ତାଙ୍କ ପିଲାମାନେ ଏହାକୁ ଦେଖିବାକୁ ଜିଦ୍ ଧରିଥିଲେ, ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ସେ ନେଇପାରିଲେ ନାହିଁ। ବର୍ତ୍ତମାନ ଟିକେଟ୍ ମୂଲ୍ୟ ହ୍ରାସ ପାଇବାକୁ ଅପେକ୍ଷା କରିଛନ୍ତି।

ମୁମ୍ବାଇ ୨୫। ୦୩ : ରଣବୀର ସିଂହ ଷ୍ଟାରର ଫିଲ୍ମ ‘ଧୁରନ୍ଧର ଦ ରିଭେଞ୍ଜ’ ବକ୍ସ ଅଫିସରେ ଧମାଲ୍ କରୁଛି । ଫିଲ୍ମ ହଲରେ ଶୋ ସବୁ ହାଉସଫୁଲ୍ ହେଉଛି । ଟିକେଟ ଓ୍ବିଣ୍ଡୋରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । କିନ୍ତୁ ସଫଳତା ମଧ୍ୟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଜନୈକ ବ୍ୟକ୍ତି ଯିଏ ଏବେ ପର୍ଯ୍ୟନ୍ତ ‘ଧୁରନ୍ଧର ୨’ଦେଖିନାହାନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଏହି ବ୍ୟକ୍ତି ‘ଧୁରନ୍ଧର ୨’ରେ କାମ ବି କରିଛନ୍ତି । କିନ୍ତୁ ତାଙ୍କ ପାଖରେ ଫିଲ୍ମ ଦେଖିବାକୁ ଟଙ୍କା ନାହିଁ ।

ପ୍ରକାଶ ଯେ, ‘ଧୁରନ୍ଧର ୨’ ଶେଷରେ ଏକ ସିନ୍ ଅଛି ଯେଉଁଠାରେ ହମଜା ଉର୍ଫ ଜସକୀରତ ସିଂହ ରଙ୍ଗୀକୁ ଏକ ଅଟୋ ଡ୍ରାଇଭର ଘର ପର୍ଯ୍ୟନ୍ତ ଛାଡ଼ିବାକୁ ଯାଉଛି । ଫିଲ୍ମ ଦେଖିବା ପରେ ଏହି ଅଟୋ ଡ୍ରାଇଭର ବହୁ ଚର୍ଚ୍ଚାରେ ଆସିଯାଇଛନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ବହୁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏଥିରୁ ଗୋଟିଏ ରେ କହିଛନ୍ତି କି ସେ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହାନ୍ତି । କାରଣ ତାଙ୍କ ହିସାବରେ ଟିକେଟ ବହୁ ଦାମ୍ ରହିଛି । ପରେ ଶସ୍ତା ହେଲେ ଦେଖିବେ । ଅଟୋ ଡ୍ରାଇଭରଙ୍କ କଥା ଶୁଣି ସମସ୍ତେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଅଟୋ ଡ୍ରାଇଭରଙ୍କ ନାଁ ବଦରୁଲ ଇସଲାମ ଅଟେ । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଯେତେବେଳେ ଏକ ଭିଡ଼ିଓରେ ବଦରୁଲଙ୍କୁ ପଚରାଯାଇଥିଲା କି କ’ଣ ‘ଧୁରନ୍ଧର ୨’ ଦେଖି ସାରିଲେଣି ? ସେ ସଙ୍ଗେସଙ୍ଗେ ମନା କରିଥିଲେ । ଡ୍ରାଇଭର ଜଣଙ୍କ ଏହାର ଉତ୍ତର ସତ୍ୟତାର ସହ ଦେଇଛନ୍ତି । ସେ କହିଥିଲେ କି ମୁଁ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ । କାରଣ ଏବେ ରିଲିଜ ହୋଇଛି ଏବଂ ଟିକେଟ ୫୦୦ଟଙ୍କା ଅଛି, ପରେ ଦେଖିନେବି । ପରେ ତାଙ୍କୁ ପଚରାଯାଇଥିଲା କି ତାଙ୍କ ପିଲାମାନେ କ’ଣ ଫିଲ୍ମ ଦେଖିବାକୁ ଜିଦି କରିନାହାନ୍ତି ? ସେତେବେଳେ ଡ୍ରାଇଭର ଜଣଙ୍କ ପିଲାମାନଙ୍କୁ ବୁଝାଇଥିଲେ କି ଆମେ ୫ ଲୋକ ଅଛନ୍ତି ଏବଂ ଟିକେଟର ମୂଲ୍ୟ ୫୦୦ ତ ୨୫୦୦ ଲାଗିବ । ଫଳରେ ପରେ ଏହା ଦେଖିବାକୁ କହିଛି ।

 

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button