Breaking News

ଧୋନି, ରୋହିତ, ରାହୁଲ ଓ ବିରାଟ ନଷ୍ଟ କରିଦେଇଛନ୍ତି ମୋ ପୁଅର ୧୦ବର୍ଷ!

ସାମ୍‌ସନ ବିଶ୍ୱନାଥ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ଏମାନେ ସମସ୍ତେ ମୋ ପୁଅର ୧୦ ବର୍ଷ ବର୍ବାଦ କରିଦେଇଛନ୍ତି ।

0

ନୂଆଦିଲ୍ଲୀ: ଭାରତୀୟ ଉଇକେଟ୍‌ କିପର- ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍‌ରେ ପରାସ୍ତ କରିପାରିଛି।

ସଞ୍ଜୁ ସାମସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରି ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରି ପାରିଛନ୍ତି। ସାମସନ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଦୁଇଟି ଅନ୍ତର୍ଜାତୀୟ ଟି-୨୦ରେ ଶତକ ହାସଲ କରିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ଏହା କରିପାରି ନ ଥିଲେ।
ଏଭଳି ସମୟରେ କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିକେଟରଙ୍କ ବାପା ଭାରତୀୟ ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ଏମାନେ ସମସ୍ତେ ମୋ ପୁଅର ୧୦ ବର୍ଷ ବର୍ବାଦ କରିଦେଇଛନ୍ତି ।

ଚଳିତ ବର୍ଷ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳର ସଞ୍ଜୁ ସଦସ୍ୟ ଥିଲେ। ଏଥିରେ ଭାରତ ଚାମ୍ପିୟନ ହୋଇଥିଲେ ହେଁ ସଞ୍ଜୁ ସାମସନଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ଦିଆ ଯାଇ ନଥିଲା। କେବଳ ଏତିକି ନୁହେଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଥିଲା।

ଏପରି କାହିଁକି କରାଯାଇଥିଲା ତାହା ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହିଁ। କିନ୍ତୁ କୁହାଯାଉଛି ଯେ ୱାର୍ମ ଅପ୍ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ ନ କରିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା।

ଅନେକ ବର୍ଷ ସଂଘର୍ଷ କରିବା ପରେ ଭାରତର ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ନୂଆ କୋଚ୍ ଗୌତମ ଗମ୍ଭୀର ସଞ୍ଜୁଙ୍କ ଉପରେ ଭରସା ଦେଖାଇଥିଲେ। ଯାହାର ଫଳସ୍ୱରୂପ ସଞ୍ଜୁ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ମାରି ରେକର୍ଡ ସୃଷ୍ଟି କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.