Breaking News

ନନ୍ଦନକାନନରେ ଖୋଲିଲା ‘ବିଶ୍ୱ ବାନର ଦୁନିଆ’

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘ବିଶ୍ୱ ବାନର ଦୁନିଆ’(ନବକଳେବର ମାଙ୍କଡ଼ ଖୁଆଡ଼) ଉଦ୍‌ଘାଟିତ ହୋଇଛି। ଏଠାରେ ଏକ ସୁନ୍ଦର ପରିବେଶରେ ସାତ ପ୍ରଜାତିର ମାଙ୍କଡ଼ଙ୍କୁ ରଖାଯାଇଛି। ଏହି ନୂଆ ଖୁଆଡ଼ ପାଇଁ ୧କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

0

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘ବିଶ୍ୱ ବାନର ଦୁନିଆ’(ନବକଳେବର ମାଙ୍କଡ଼ ଖୁଆଡ଼) ଉଦ୍‌ଘାଟିତ ହୋଇଛି। ଏଠାରେ ଏକ ସୁନ୍ଦର ପରିବେଶରେ ସାତ ପ୍ରଜାତିର ମାଙ୍କଡ଼ଙ୍କୁ ରଖାଯାଇଛି। ଏହି ନୂଆ ଖୁଆଡ଼ ପାଇଁ ୧କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ୧୩୬୬୫.୨୦ ବର୍ଗ ଫୁଟ୍‌ ଜାଗାରେ ବିଶ୍ବସ୍ତରୀୟ ଢାଞ୍ଚାରେ ନବକଳେବର ହୋଇଥିବା ଏହି ବହୁ ପ୍ରକୋଷ୍ଠ ବିଶିଷ୍ଟ ବିଦେଶାଗତ ମାଙ୍କଡ଼ ଖୁଆଡ଼ରେ ୧୮ଟି ଖୁଆଡ଼ ଏବଂ ପଛପାଖକୁ ଲାଗି ପ୍ରାକୃତିକ ପରିବେଶରେ ବିଚରଣ କରିବା ଭଳି ୧୦ଟି ବାଡ଼ ଦ୍ବାରା ଆବଦ୍ଧ କୁଟୀର ରହିଛି। କଟନ୍‌ ଟପ୍‌ ତାମାରିନ୍‌, ସୁବର୍ଣ୍ଣ ହାତ ତାମରିନ୍‌, ସିଆମଙ୍ଗ୍‌, ବ୍ଲାକ ଟଫେଡ୍‌ ମାର୍ମୋସେଟ୍‌, ଜିଓଫ୍ରୋୟସ୍‌ ମାର୍ମୋସେଟ୍‌ ଭଳି ବିଦେଶୀ ମାଙ୍କଡ଼ମାନେ ଏଠାରେ ରହୁଛନ୍ତି। ଏବେ ନନ୍ଦନକାନନରେ ୧୦ ପ୍ରଜାତିର ବିଦେଶୀ, ୫ ପ୍ରଜାତିର ସ୍ୱଦେଶୀ ମାଙ୍କଡ଼ଙ୍କୁ ମିଶାଇ ମୋଟ ୧୭୫ ମାଙ୍କଡ଼ ଅଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.