Breaking News

ନବଜାତର ମୁଣ୍ଡକୁ ଟାଣି ଟାଣି ଖାଇଲା କୁକୁର; ପରିବାର ଲୋକଙ୍କୁ ଦୋଷ ଦେଲେ ଡାକ୍ତର

ଏକ ନବଜାତ ମୃତ ଶିଶୁକୁ କୁକୁରମାନେ ଟାଣି ଟାଣି ଖାଉଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ମଙ୍ଗଳବାର ଦିନ ଲଳିତପୁର ମେଡିକାଲ କଲେଜରେ କୁକୁରମାନେ ଶିଶୁଟିକୁ ଟାଣି ଟାଣି ଖାଉଥିବାର ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଳିତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ନବଜାତ ମୃତ ଶିଶୁକୁ କୁକୁରମାନେ ଟାଣି ଟାଣି ଖାଉଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ମଙ୍ଗଳବାର ଦିନ ଲଳିତପୁର ମେଡିକାଲ କଲେଜରେ କୁକୁରମାନେ ଶିଶୁଟିକୁ ଟାଣି ଟାଣି ଖାଉଥିବାର ଦେଖିବାକୁ ମିଳିଛି। ଲୋକମାନେ କୁକୁରମାନଙ୍କୁ ଘଉଡ଼ାଇ ଦେବା ଭିତରେ କୁକୁରଟି ଶିଶୁଟିର ମୁଣ୍ଡକୁ ଖାଇ ସାରିଥିଲା। ତେବେ ହସ୍ପିଟାଲ ପ୍ରଶାସନ ଶିଶୁର ପରିବାର ଉପରେ ଅବହେଳାର ଅଭିଯୋଗ ଆଣିଛି।

ଫେବ୍ରୁଆରି ୯ ତାରିଖ (ରବିବାର) ଦିନ ଲଳିତପୁର ମେଡିକାଲ କଲେଜର ଜିଲ୍ଲା ମହିଳା ହସ୍ପିଟାଲରେ ଶିଶୁଟି ଜନ୍ମ ହୋଇଥିଲା। ଶିଶୁଟିର ଓଜନ କମ୍‌ ହୋଇଥିବାରୁ ସେ ଅସୁସ୍ଥ ଥିଲା। ସେହି କାରଣରୁ ନବଜାତ ଶିଶୁକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା।

ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମୀନାକ୍ଷୀ ସିଂହ କହିଛନ୍ତି, “ଶିଶୁଟି ଜନ୍ମଗତ ତ୍ରୁଟି ସହିତ ଜନ୍ମ ହୋଇଥିଲା। ଶିଶୁର ମୁଣ୍ଡ ସମ୍ପୂର୍ଣ୍ଣ ବିକଶିତ ହୋଇନଥିଲା। ତା’ର ମେରୁଦଣ୍ଡ ମଧ୍ୟ ନଥିଲା ଏବଂ ଓଜନ ୧.୩ କିଲୋଗ୍ରାମ ଥିଲା। ଯେତେବେଳେ ଆମେ ତାଙ୍କୁ ଏସ୍‌ଏନ୍‌ସିୟୁକୁ ସ୍ଥାନାନ୍ତରିତ କଲୁ। ସେତେବେଳେ ସେ ଜୀବିତ ଥିଲେ ଏବଂ ତାଙ୍କ ହୃଦସ୍ପନ୍ଦନ ପ୍ରତି ମିନିଟ୍ ୮୦  ବିଟ୍ (ବିପିଏମ୍‌) ଥିଲା। ଆମେ ନିଶ୍ଚିତ ନଥିଲୁ ଶିଶୁଟି ବଞ୍ଚିବ କି ନାହିଁ,”।

ଡାକ୍ତରଙ୍କ କହିବା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ତା’ପରେ କୁକୁରଟି ଟାଣି ଟାଣି ଶିଶୁଟିକୁ ଖାଉଥିବାର ଲୋକଙ୍କ ଆଖିରେ ପଡ଼ିଥିଲା। ଡାକ୍ତର କହିଛନ୍ତି କି ଶିଶୁର ମାଉସୀ ମୃତଦେହ ନେଇଥିଲେ। ଆମ ପାଖରେ ମାଉସୀଙ୍କ ଅଙ୍ଗୁଳି ଛାପ ମଧ୍ୟ ରହିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.