Breaking News

ନାଭି ଅଫିସରଙ୍କୁ କଳାଯାଦୁ ଓ ମଦ୍ୟପାନ ନେଇ ପଚରାଗଲା ପ୍ରଶ୍ନ

ମର୍ଚାଣ୍ଟ୍‌ ନାଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଏବେ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ‌ସୌରଭଙ୍କୁ ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗରେ ସେମାନଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିଛି ପୁଲିସ୍‌।

ମିରଟ: ମର୍ଚାଣ୍ଟ୍‌ ନାଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଏବେ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ‌ସୌରଭଙ୍କୁ ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗରେ ସେମାନଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିଛି ପୁଲିସ୍‌।

ସୌରଭ ରାଜପୁତଙ୍କ ମୃତଦେହ ୧୫ ଖଣ୍ଡରେ କାଟି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସୂଚନା ପ୍ରଦାନ କରିଛି। ସେ ତାଙ୍କ ଝିଅର ଜନ୍ମଦିନ ପାଳନ କରିବାକୁ ବିଦେଶରୁ ଫେରିବାର ଏକ ସପ୍ତାହରୁ ଅଧିକ ସମୟ ପରେ ତାଙ୍କ ପତ୍ନୀ ମୁସ୍କାନ ଏବଂ ବନ୍ଧୁ ସାହିଲ ଶୁକ୍ଳା ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ପରେ ଗିରଫ କରାଯାଇଛି।

ତେବେ ମୁସ୍କାନ ଗିରଫ ହେବା ପରେ  କଳାଯାଦୁ, ତାଙ୍କର ମଦ ନିଶା ଏବଂ ତାଙ୍କର ବଡ଼ ଆକାଂକ୍ଷା ଉପରେ ତାଙ୍କୁ ପ୍ରାୟ ୧୦ଟି ପ୍ରଶ୍ନ ପଚରାଯାଇଛି। ଜଣେ ଉଚ୍ଚ ସ୍ତରୀୟ ପୁଲିସ ଅଧିକାରୀ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ‌ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.