Breaking News

ନାରାୟଣପାଟଣାରେ ପୁଣି ବଳଦ ଦଣ୍ଡ, ହଳ-ଲଙ୍ଗଳ ପକାଇ ପୁରା ଗାଁ ବୁଲାଇଲେ ଗାଁ ଲୋକେ

ନାରାୟଣପାଟଣା ୧୧।୦୮ :  ପୁଣି ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡି ବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ। ହଳ ଲଙ୍ଗଳ ପକାଇ ପୁରା ଗାଁରେ ବୁଲାଇଛନ୍ତି।

ଖବର ଅନୁଯାୟୀ,  ସମ୍ପର୍କୀୟ ଭାଇ ଭଉଣୀ ବାହା ହୋଇଥିବା ଅଭିଯୋଗ କରି ପରମ୍ପରା ଅନୁସାରେ ପୂଜା ପାଠ ପରେ ହଳ ଲଙ୍ଗଳ ପକାଇ ବୁଲାଇଲେ I ଆଲୋମଣ୍ଡା ଗ୍ରାମ ପଂଚାୟତ ଚିଡି ବାଲସା ଗାଁର ପୁଅ, ପେଦାଲଡା ଗାଁର ଝିଅକୁ ବିବାହ କରିଥିଲେ । ତେବେ ସମ୍ପର୍କରେ ସେମାନେ ଭାଇ ଭାଉଣୀ ହୋଇଥିବା ଅଭିଯୋଗ କରି ରବିବାର ଗାଁରେ ଉଭୟଙ୍କୁ ଲଙ୍ଗଳ ଧରି ବୁଲାଇଛନ୍ତି ।

ସେହିପରି ପୂର୍ବରୁ ମଧ୍ୟ ଥରେ ନାରାୟଣପାଟଣା ବ୍ଲକରେ ଜଣେ ପ୍ରେମୀଯୁଗଳଙ୍କୁ ଏହିପରି ଭାବେ ହଳ ବୁଲାଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏପିରିକି ପ୍ରଶାସନ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.