Breaking News

ନାରୀଙ୍କୁ ମନା କେଶ କାଟିବା

ନିଜ କେଶକୁ ନାନା ପ୍ରକାରରେ ସଜାଇବା, ଇଚ୍ଛା ମୁତାବକ କାଟି ଭିନ୍ନ ଭିନ୍ନ ରୂପ ଦେବାକୁ ସବୁ ନାରୀ ଭଲ ପାଆନ୍ତି। ହେଲେ ଏମିତି ଏକ ସମ୍ପ୍ରଦାୟ ଅଛି ଯାହାର ଧାର୍ମିକ ନୀତି ନିୟମ ଏତେ କଠୋର ଯେ, ଆଜିକା ଯୁଗରେ ବି ନାରୀଙ୍କୁ ଆଜୀବନ କେଶ କାଟିବା ସହ ଶରୀରର ଚୁଟି ସେଭିଂ କରିବା ମଧ୍ୟ ମନା।

0

ନିଜ କେଶକୁ ନାନା ପ୍ରକାରରେ ସଜାଇବା, ଇଚ୍ଛା ମୁତାବକ କାଟି ଭିନ୍ନ ଭିନ୍ନ ରୂପ ଦେବାକୁ ସବୁ ନାରୀ ଭଲ ପାଆନ୍ତି। ହେଲେ ଏମିତି ଏକ ସମ୍ପ୍ରଦାୟ ଅଛି ଯାହାର ଧାର୍ମିକ ନୀତି ନିୟମ ଏତେ କଠୋର ଯେ, ଆଜିକା ଯୁଗରେ ବି ନାରୀଙ୍କୁ ଆଜୀବନ କେଶ କାଟିବା ସହ ଶରୀରର ଚୁଟି ସେଭିଂ କରିବା ମଧ୍ୟ ମନା। ଏମାନେ ହେଉଛନ୍ତି ଏନାବାପ୍ଟିଜିମ୍‌ ଖ୍ରୀଷ୍ଟିୟାନ୍‌ ଚର୍ଚ୍ଚ ସହ ଜଡ଼ିତ ଅମିସ୍‌ ସମ୍ପ୍ରଦାୟ। ସମୟ ବଦଳିଛି ହେଲେ ଏଠାକାର ନିୟମ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି।

ଏଠାକାର ମହିଳାମାନେ ବିବ୍‌ଲିକାଲ୍‌ ନିୟମ ପାଳନ କରନ୍ତି, ଯେଉଁ ନିୟମାନୁସାରେ ସେମାନେ କେବେ ବି କେଶ କାଟିପାରିବେ ନାହିଁ। ତା’ସହ ସବୁବେଳେ ଖୋସା କରି ରହିବେ ଓ ଖୋସା ଉପରେ କପଡ଼ା ଘୋଡ଼ାଇ ରଖିବେ। ଏହି ସମ୍ପ୍ରଦାୟର ମହିଳାଙ୍କୁ କେବଳ ଘରେ କେଶ ଖୋଲିବାର ଅନୁମତି ଥାଏ। ଏଠାକାର ନିୟମାନୁସାରେ ମହିଳାଙ୍କୁ ଶରୀରର କେଶ ସେଭିଂ କରିବା ବି ମନା। ସେଥିପାଇଁ ମହିଳାମାନେ ଲଙ୍ଗ୍‌ ସ୍ଲିଭ୍‌ ସହ ପାଦ ପର୍ଯ୍ୟନ୍ତ ଲମ୍ବା ଡ୍ରେସ୍‌ ପିନ୍ଧନ୍ତି।

ସେହି ଡ୍ରେସ୍‌ ପ୍ଲେନ୍‌ ଫେବ୍ରିକ୍‌ର ହେବା ମଧ୍ୟ ଜରୁରି। ସେଥିରେ କୌଣସି ପ୍ୟାଟର୍ନ ରହିବ ନାହିଁ। ପ୍ରାୟତଃ ଲାଭେଣ୍ଡର୍‌ ଓ ବ୍ଲୁ ରଙ୍ଗର କ୍ରେପ୍‌ ଡ୍ରେସ୍‌ ସେମାନେ ପିନ୍ଧନ୍ତି। ତେଣୁ ସବୁ ମହିଳାଙ୍କର ପୋଷାକ ଏକାପରି ହୋଇଥାଏ। ଆଉ ପାଦରେ ଗାଢ଼ ରଙ୍ଗର ମୋଜା ପିନ୍ଧନ୍ତି। ତେବେ ସମୟ ବଦଳିବା ସହ ଏହିସବୁ କଠୋର ନିୟମରେ କିଛିଟା ପରିବର୍ତ୍ତନ ଆସିଛି। ଆଜିକାଲି ଏଠାକାର ମହିଳା ଚାହିଲେ ଶରୀରର କେଶ ସେଭ୍‌ କରିପାରିବେ। ଆଉ ଯେଉଁମାନଙ୍କ ମୁଣ୍ଡର କେଶ ବହୁତ ମୋଟା ସେମାନେ ହେୟାର୍‌ ଥିନିଂ ପାନିଆ ବ୍ୟବହାର କରିପାରିବେ ଯେମିତିକି ସେମାନଙ୍କ ଖୋସା ଟିକେ ହାଲ୍‌କା ହେବ। ତେବେ ଆଜିବି ଏହି ସମ୍ପ୍ରଦାୟର ମହିଳା କେବଳ ଘରକାମ ଓ ପିଲାଙ୍କ ଯତ୍ନ ନେବାରେ ନିୟୋଜିତ ହୁଅନ୍ତି। ଆମେରିକା, କାନାଡାରେ ଏହି ସମ୍ପ୍ରଦାୟ ବେଶି ଦେଖିବାକୁ ମିଳନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.