Breaking News

ନିଖୋଜ ହେବାର ୨ ଦିନ ପରେ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

ଛତିଶଗଡ଼ର ଏକ ‌ସ୍ଥାନୀୟ ଚ୍ୟାନେଲ୍‌ରେ କାମ କରୁଥିବା ମୁକେଶ ଚନ୍ଦ୍ରକର ନାମକ ଜଣେ ସାମ୍ବାଦିକଙ୍କର ଜାନୁଆରି ୩ ତାରିଖରେ ବିଜାପୁର ଜିଲ୍ଲାରେ ମୃତଦେହ ମିଳିଛି। ମୁକେଶ ଜାନୁଆରି ୧ ତାରିଖରୁ ନିଖୋଜ ଥିଲେ।

ବିଳାସପୁର: ଛତିଶଗଡ଼ର ଏକ ‌ସ୍ଥାନୀୟ ଚ୍ୟାନେଲ୍‌ରେ କାମ କରୁଥିବା ମୁକେଶ ଚନ୍ଦ୍ରକର ନାମକ ଜଣେ ସାମ୍ବାଦିକଙ୍କର ଜାନୁଆରି ୩ ତାରିଖରେ ବିଜାପୁର ଜିଲ୍ଲାରେ ମୃତଦେହ ମିଳିଛି। ମୁକେଶ ଜାନୁଆରି ୧ ତାରିଖରୁ ନିଖୋଜ ଥିଲେ।

ସେ କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ନାମରେ ୧୨୦ କୋଟି ଟଙ୍କାର ଏକ ରାସ୍ତା ନିର୍ମାଣ ପ୍ରକଳ୍ପକୁ ନେଇ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପରେ  ନିଖୋଜ ଥିଲେ।  କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ କରିବାକୁ ସେ ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ରିପୋର୍ଟ ପ୍ରକାଶ କରିବା ପରେ ଜାନୁଆରି ୧ ତାରିଖ ରାତିରୁ ମୁକେଶ ଆଉ ଘରକୁ ଫେରିନଥିଲେ। ତା’ପରେ ତାଙ୍କ ଭାଇ ୟୁକେଶ ଚନ୍ଦ୍ରକର ଥାନାରେ ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ତା’ପରେ ତୁରନ୍ତ ପୁଲିସ୍‌ ଏକ ଟିମ୍‌ ଗଠନ କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଜାନୁଆରି ୩ ତାରିଖରେ ମୁକେଶଙ୍କ ମୃତଦେହ ଏକ ପାଣିଟାଙ୍କି ପରିସରରୁ ମିଳିଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, “ପୀଡ଼ିତଙ୍କ ଭାଇ ଗତକାଲି ଆମକୁ ସୂଚନା ଦେଇଥିଲେ ଯେ ଜାନୁଆରି ୧ରୁ ମୁକେଶ ନିଖୋଜ ଅଛନ୍ତି। ଆମେ କାର୍ଯ୍ୟ ଆରମ୍ଭ କରିଥିଲୁ, ସିସିଟିଭି ଫୁଟେଜ୍ ସ୍କାନ କରିଥିଲୁ ଏବଂ ତାଙ୍କୁ ଦେଖିବାକୁ ମଧ୍ୟ ପାଇଲୁ। ଆଜି ସନ୍ଧ୍ୟାରେ ଏକ ପାଣିଟାଙ୍କି ପରିସରରୁ ମୁକେଶଙ୍କ ମୃତଦେହ ଉଦ୍ଧାର ହୋଇଛି।

ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଫରେନସିକ୍ ବିଶେଷଜ୍ଞଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା ଏବଂ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି। କଣ୍ଟ୍ରାକ୍ଟର ସର୍କଲରୁ ଆସିଥିବା ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.