ମୁମ୍ବାଇ: ଗତକାଲି ଭାରତୀୟ ସେୟାର ବଜାର ସଂଘାତିକ ଭାବେ ତଳକୁ ଖସିଥିବା ବେଳେ ଆଜି ନିବେଶକମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିିଛି। କାରଣ ସେନସେକ୍ସ ଏବଂ ନିଫ୍ଟି ବୁଧବାର ୧.୫% ବୃଦ୍ଧି ପାଇଥିବା ଜାଣିବାକୁ ମିଳିଛି। ଯାହା ବିଶ୍ୱ ବଜାରକୁ ପୁନରୁଦ୍ଧାରର ସଙ୍କେତ ଦେଇଛି।

ଏସୀୟ ସେୟାରଗୁଡ଼ିକ ଦେଢ଼ ବର୍ଷ ମଧ୍ୟରେ ସେମାନଙ୍କର ସର୍ବନିମ୍ନ ସ୍ତରରୁ ପୁନର୍ବାର ଫେରସ୍ତ କରିଛି। ସୂଚନା ମୁତାବକ, ଆଜି ସକାଳ ୯.୩୫ ସୁଦ୍ଧା ଏ ଆଣ୍ଡ୍‌ ପି ବିଏସ୍‌ଇ ସେନ୍‌ସେକ୍ସ ୧,୨୧୭.୭୮ ପଏଣ୍ଟ ବୃଦ୍ଧି ପାଇ ୭୪,୩୫୫.୬୮ରେ ପହଞ୍ଚିଛି। ସେହି ସମୟରେ ଏନ୍‌ଏସ୍‌ଇ ନିଫ୍ଟି୫୦ ୩୮୦.୫୦ ପଏଣ୍ଟ ବୃଦ୍ଧି ପାଇ ୨୨,୫୪୨.୧୦ରେ ପହଞ୍ଚିଛି।

ଜିଓଜିତ ଫାଇନାନ୍ସିଆଲ୍ ସର୍ଭିସେସର ମୁଖ୍ୟ ନିବେଶ ରଣନୀତିଜ୍ଞ ଡକ୍ଟର ଭି କେ ବିଜୟକୁମାର କହିଛନ୍ତି ଯେ ଭାରତର ମାକ୍ରୋ ସ୍ଥିର ଅଛି, ଏବଂ ଆମେ ଆର୍ଥିକ ବର୍ଷ୨୬ରେ ପ୍ରାୟ ୬% ବୃଦ୍ଧି ପାଇପାରିବୁ।

ପ୍ରାରମ୍ଭିକ ବାଣିଜ୍ୟ ଅଧିବେଶନ ଗତକାଲିର ହ୍ରାସ ପରେ ଏକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିଛି। ନିବେଶକମାନେ ବିଭିନ୍ନ କ୍ଷେତ୍ରର ବଜାରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଥିଲା। ଗତକାଲି ଭାରତୀୟ ସେୟାର ବଜାର ପାଇଁ କଳା ସୋମବାର ଥିଲା। ସେନ୍‌ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି।