ଅପରାଧ

ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ଘରକୁ ଗୁଳି କରିଥିଲା ବିଷ୍ଣୋଇ ଗ୍ୟାଙ୍ଗ୍, ଏବେ ଛାତିକୁ ଗୁଳି ମାରିବାକୁ ଦେଲା ଧମକ

ପୋଷ୍ଟରେ ଆହୁରି ଲେଖାଯାଇଛି, ଆପଣ (ରାହିତ)ଙ୍କ ଅବସ୍ଥା ବହୁତ ଖରାପ ହେବ । ଆମେ ଆପଣଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କଠାରୁ ମଧ୍ୟ ଖରାପ କରିଦେବୁ । ସମୟ ମଧ୍ୟରେ ଲାଇନକୁ ପଳାଇ ଆସନ୍ତୁ ନଚେତ୍ ଆପଣଙ୍କ ଲୁଚିବା ପାଇଁ ସ୍ଥାନ ବଞ୍ଚିବନି ।

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ ରୋହିତ ଶେଟ୍ଟୀଙ୍କ ଜୁହୁ ଘର ବାହାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତମାନେ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାମଲାକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ଏବଂ ରୋହିତ ଶେଟ୍ଟୀଙ୍କ ବୟାନ ରେକର୍ଡ କରାଯାଇଛି। ଏହି ସମୟରେ, ଏହି ମାମଲାରେ ଏକ ବଡ଼ ଅପଡେଟ୍ ଆସିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।

ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରୋହିତ ଶେଟ୍ଟୀଙ୍କୁ ଖୋଲା ଧମକ ଦେଇଛି ବିଷ୍ଣୋଇ ଗ୍ୟାଙ୍ଗ । ଏଥର ଗୁଳି ସିଧା ଛାତିରେ ବାଜିବ ବୋଲି କହିଛି ଗ୍ୟାଙ୍ଗ । ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳି ମାଡ଼ କରିଥିଲା । ରିପୋର୍ଟ ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨.୪୫ ରେ ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ଘଟିଥିଲା । ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପୋଲିସର କହିବା ଅନୁଯାୟୀ, ଆକ୍ରମଣକାରୀ ଜୁହୁରେ ଏକ ବାଇକରେ ପହଞ୍ଚିଥିଲେ । କିଛି ଦୂରରେ ଗାଡ଼ି ପାର୍କିଂ କରିଥିଲେ ଏବଂ ଶେଟ୍ଟୀ ଟାୱାରର ପ୍ରଥମ ମହଲାକୁ ଗୁଳି ମାଡ଼ କରିଥିଲେ । ଏହା ରୋହିତ ଶେଟ୍ଟୀଙ୍କ ଘର ଏବଂ ଯେଉଁଠାରେ ଗୁଳି ମାଡ଼ କରାଯାଇଥିଲା ସେହି ଅଞ୍ଚଳଟି ତାଙ୍କର ଜିମ୍ ଅଞ୍ଚଳ। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ପୋଷ୍ଟର ସ୍କ୍ରିନସଟ୍ ଅନୁସାରେ, ଏଥିରେ ଲେଖାଯାଇଛି, ‘ଆମେ ଶୁଭମ ଲୋଙ୍କର ଆରଜୁ ବିଷ୍ଣୋଇ, ହରି ବକ୍ସର, ହରମନ ସାନ୍ଧୁ, ଆଜି ମୁମ୍ବାଇର ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର (ଶେଟ୍ଟୀ ଟାୱାର) ରେ ହୋଇଥିବା ଗୁଳିକାଣ୍ଡର ଦାୟିତ୍ୱ ନେଉଛୁ । ଆମେ ତାଙ୍କୁ ଅନେକ ଥର ମେସେଜ କରି ଆମ କାମରେ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରିଥିଲୁ, କିନ୍ତୁ ସେ ବୁଝିପାରିଲେ ନାହିଁ। ଆମେ ତାଙ୍କୁ ଏହି ଛୋଟ ଟ୍ରେଲର ଦେଇଛୁ। ଯଦି ସେ ପୁଣି ବୁଝି ନପାରନ୍ତି ଏବଂ ଆମ କଥା ନ ଶୁଣନ୍ତି, ତେବେ ତାଙ୍କୁ ତାଙ୍କ ଘର ବାହାରେ ନୁହେଁ, ବରଂ ତାଙ୍କ ଶୋଇବା ଘର ଭିତରେ ତାଙ୍କ ଛାତିରେ ଗୁଳି କରାଯିବ।’

​​​​​​​

ସେହି ପୋଷ୍ଟରେ ଆହୁରି ଲେଖାଯାଇଛି, ଆପଣ (ରାହିତ)ଙ୍କ ଅବସ୍ଥା ବହୁତ ଖରାପ ହେବ । ଆମେ ଆପଣଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କଠାରୁ ମଧ୍ୟ ଖରାପ କରିଦେବୁ । ସମୟ ମଧ୍ୟରେ ଲାଇନକୁ ପଳାଇ ଆସନ୍ତୁ ନଚେତ୍ ଆପଣଙ୍କ ଲୁଚିବା ପାଇଁ ସ୍ଥାନ ବଞ୍ଚିବନି । ଆମର ସମସ୍ତ ଶତ୍ରୁ ପ୍ରସ୍ତୁତ ହୋଇଯାଆନ୍ତୁ । ଆମେ ଶୀଘ୍ର ଆପଣଙ୍କୁ ଭେଟିବୁ।’ ସୂଚନାଯୋଗ୍ୟ, ୨୦୨୪ ମସିହାରେ ବାନ୍ଦ୍ରାରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଅନେକ ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଏହି ଘଟଣା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି କୁହାଯାଉଥିଲା। କିଛି ଦିନ ପୂର୍ବରୁ, ଦିଶା ପଟାନିଙ୍କ ଘର ବାହାରେ ଗୁଳି ମାଡ଼ କରାଯାଇଥିଲା। ଏହି ଆକ୍ରମଣ ପାଇଁ ଗୋଲ୍ଡୀ ବ୍ରାର ନିଜକୁ ଦାୟୀ କରିଥିଲା ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button