Breaking News

ନିହତ ୧୬ ନକ୍ସଲଙ୍କ ମଧ୍ୟରୁ ୧୨ ଜଣଙ୍କର ମିଳିଲା ପରିଚୟ

ନିହତ ୧୬ ନକ୍ସଲଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି | ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା |

ନୂଆପଡା: ନୂଆପଡା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ସୀମା କୁଲାରିଘାଟ ଜଙ୍ଗଲରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା | ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି | ବଡ କଥା ଯେ ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି | ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା |

ଅନ୍ୟ ନିହତ ମାଓବାଦୀଙ୍କ ମଧ୍ୟରେ ଗୁଡ଼ୁ, ବାଉରୀବନ୍ଧୁ, ସୁଖରାମ, ସତ୍ୟମ, ଶଙ୍କର, ରିଙ୍କି, ଯଇନି, କାଲା, ରାମୀ ଓ ବିଜୟ | ରିଙ୍କି, ଯଇନି, କାଲା, ରାମୀ ମହିଳା ମାଓବାଦୀ ହୋଇଥିବାବେଳେ ବାଉରୀବନ୍ଧୁ ଓ ସୁଖରାମ ଚଳପତିର ସୁରକ୍ଷାରେ ନିୟୋଜିତ ଥିଲେ | ମାଓ ନେତା ଚଳପତି ସମେତ ୭ ଜଣଙ୍କର ମୁଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା | ଏମାନଙ୍କ ମଧ୍ୟରୁ ବାଉରୀବନ୍ଧୁ ଜିଲ୍ଲା କମିଟି ମେମ୍ବର ଥିଲା, ତା ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା |

ସତ୍ୟମ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା, ଗୁଡ଼ୁ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା | ମୃତ ୨ ମହିଳା ନକ୍ସଲ କାଲା, ରାମୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ବିଜୟ ବି କେନ୍ଦ୍ରୀୟ କମିଟି ସଦସ୍ୟ ଥିଲା | ତା ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା |

 

 

ସୌଜନ୍ୟ – ସମ୍ବାଦ

Comments are closed.