Breaking News

ନୂଆବର୍ଷରୁ ଯେକୌଣସି ବ୍ୟାଙ୍କରୁ ମିଳିବ ଇପିଏସ୍‌ ପେନ୍‌ସନ୍

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍‌ସନ୍ ସ୍କିମ୍‌ (ଇପିଏସ୍‌) ସଦସ୍ୟମାନେ ନୂଆବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍‌ସନ୍ ପାଇପାରିବେ। ଇପିଏଫ୍‌ଓର ପକ୍ଷରୁ କେନ୍ଦ୍ରୀୟ ପେନ୍‌ସନ୍ ପଇଠ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି।

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍‌ସନ୍ ସ୍କିମ୍‌ (ଇପିଏସ୍‌) ସଦସ୍ୟମାନେ ନୂଆବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍‌ସନ୍ ପାଇପାରିବେ। ଇପିଏଫ୍‌ଓର ପକ୍ଷରୁ କେନ୍ଦ୍ରୀୟ ପେନ୍‌ସନ୍ ପଇଠ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି। ଇପିଏଫ୍‌ ଅବଦାନ ରାଶି ସଂଗ୍ରହ ଲାଗି ବ୍ୟାଙ୍କଗୁଡ଼ିକୁ ଯୋଡ଼ାଯିବା ପରେ ଏହା ସମ୍ଭବପର ହୋଇପାରିଛି। ରିଜର୍ଭ ବ୍ୟାଙ୍କ ସହ ତାଲିକାଭୁକ୍ତ ଥିବା ସମସ୍ତ ଏଜେନ୍ସି ବ୍ୟାଙ୍କକୁ ସେଥିରେ ଯୋଡ଼ାଯିବ।

ରିଜର୍ଭ ବ୍ୟାଙ୍କର ଏଜେନ୍ସି ବ୍ୟାଙ୍କ ଭାବେ କାମ କରୁ ନଥିବା ଅନ୍ୟ ସିଡ୍ୟୁଲ୍‌ଡ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ସେଥିରେ ଯୋଡ଼ାଯିବ। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଯେଭଳି ଘର, ପିଲାଙ୍କ ଶିକ୍ଷା ଓ ବିବାହ ଏବଂ ଅସୁସ୍ଥତା ସମୟରେ ଜରୁରୀକାଳୀନ ପାଣ୍ଠି ପାଇପାରିବେ, ସେଥିପାଇଁ ଅଂଶିକ ଉଠାଣର ସ୍ବୟଂକ୍ରିୟ ଦାବି ସମାଧାନ ସୀମାକୁ ୫୦ ହଜାର ଟଙ୍କାରୁ ବଢ଼ାଇ ୧,୦୦,୦୦୦ ଟଙ୍କା କରାଯାଇଛି। ଏଥି ସହିତ ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀମାନଙ୍କୁ କିଭଳି ସାମାଜିକ ସୁରକ୍ଷା ସ୍କିମ୍‌ରେ ସାମିଲ କରାଯାଇପାରିବ ସେନେଇ ମଧ୍ୟ ମନ୍ତ୍ରଣାଳୟ ଯୋଜନା ରଖିଛି। ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀମାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ସହ ମିଶି ଶ୍ରମ ମନ୍ତ୍ରଣାଳୟ ଏକ ସର୍ବେକ୍ଷଣ କରୁଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.