Breaking News

ନୂଆ ବର୍ଷରେ ଗଛଟିଏ ଲଗାଇବା

ସମୟ ସହିତ ଚାରିଆଡ଼େ ବଡ଼ ବଡ଼ କୋଠାଘର ଆଉ କଳକାରଖାନା ସଂଖ୍ୟା ବଢ଼ିଚାଲିଛି, ଯାହାଦ୍ବାରା ପରିବେଶର ଅବସ୍ଥା ବିଗିଡ଼ିବାରେ ଲାଗିଛି। ସେହିପରି ଜଙ୍ଗଲର ଆୟତନ ମଧ୍ୟ ହ୍ରାସ ପାଉଛି।

ସମୟ ସହିତ ଚାରିଆଡ଼େ ବଡ଼ ବଡ଼ କୋଠାଘର ଆଉ କଳକାରଖାନା ସଂଖ୍ୟା ବଢ଼ିଚାଲିଛି, ଯାହାଦ୍ବାରା ପରିବେଶର ଅବସ୍ଥା ବିଗିଡ଼ିବାରେ ଲାଗିଛି। ସେହିପରି ଜଙ୍ଗଲର ଆୟତନ ମଧ୍ୟ ହ୍ରାସ ପାଉଛି। ତାହାସହିତ ନଦୀ ପାଣି ପ୍ରଦୂଷିତ ହେଉଥିବା କଥା ଆମେ ନିୟମିତ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲ୍‌ରୁ ଜାଣିବାକୁ ପାଉଛୁ। ଏଭଳି ପାଣି ପିଇବାଦ୍ବାରା ଲୋକମାନେ ଅସୁସ୍ଥ ହେଉଛନ୍ତି ଏବଂ କିଛି କ୍ଷେତ୍ରରେ ମୃତ୍ୟୁମୁଖରେ ପଡୁଛନ୍ତି। ଆମେ ମନେ ରଖିବା ଦରକାର ଯେ ଏସବୁ ପ୍ରଦୂଷଣର ପ୍ରଭାବ ସର୍ବପ୍ରଥମେ ଯାହା ଉପରେ ପଡୁଛି ସେ ହେଉଛି ମଣିଷ। ତେଣୁ ଆମେ ଯଦି ମୂଳରୁ ସାବଧାନ ହେଇ ରହିବା ଭବିଷ୍ୟତରେ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ସମ୍ଭବ ହେବ। ତେଣୁ ଏଥର ନୂଆ ବର୍ଷରେ ସମସ୍ତେ ନିହାତି ଗୋଟିଏ ଗଛ ଲଗାଇବାର ସଂକଳ୍ପ ନେବା ଏବଂ ଅଜାଣତରେ ନିଜେ ସୃଷ୍ଟି କରୁଥିବା ପ୍ରଦୂଷଣ ବିଷୟରେ ଜାଣି ତାହାକୁ ବନ୍ଦ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ବୋଲି ମୋର ମତ।
– ଦେବାଶ୍ରିତା ସ୍ବାଇଁ, ନବମ ଶ୍ରେଣୀ,
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଟିଆଖାତ, ଗୋପ

ସୌଜନ୍ୟ-ସମ୍ୱାଦ

Comments are closed.