Breaking News

ନୂଆ ରୂପ ପାଇଲା ଯାଜପୁରର ଏନ୍‌ସି ସ୍ୱୟଂଶାସିତ କଲେଜ୍‌ର ବିଜ୍ଞାନ ବିଭାଗ

୧୯୪୬ରେ ସ୍ଥାପିତ ଯାଜପୁରର ଏନ୍‌ସି ମହାବିଦ୍ୟାଳୟ ୧୯୯୯ ମସିହାରେ ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଏଠାରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବା ସହିତ କଲେଜର ଭିତ୍ତିଭୂମିକୁ ଉନ୍ନତୀକରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି।

ଯାଜପୁର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍‌ସି) ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗକୁ ଆଧୁନିକ ରୂପ ଦିଆଯାଉଛି। ଫଳରେ ଏଠାରେ ଯେଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇଛି ତାହା ଆଜି ଯାଜପୁର ସହିତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣ ସାଜିଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.