Breaking News

ନୂଆ ଲୁକ୍‌ରେ ରାହୁଲ ଗାନ୍ଧୀ, ଆତ୍ମରକ୍ଷା ପାଇଁ ଶିଖିଲେ ମାର୍ସଲ ଆର୍ଟ

ଜୟପୁର ୦୯/୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିନିକିଆ ଗସ୍ତରେ ଜୟପୁରରେ ପହଞ୍ଚିଥିଲେ । ଏହି ଅବସରରେ ସେ ଖେଡ଼ାପତି ବାଲାଜୀ (ସାମୋଦ)ରେ କଂଗ୍ରେସର ‘ନେତୃତ୍ୱ ସଙ୍ଗମ’ ତାଲିମ ଶିବିରରେ ସାମିଲ ହୋଇଥିଲେ । ୮ ଦିନ ଧରି ଚାଲିଆସୁଥିବା ଏହି ଶିବିରର ସକାଳ ଅଧିବେଶନରେ ରାହୁଲ ଆତ୍ମରକ୍ଷା ତାଲିମ ନେଇଛନ୍ତି । ତାଲିମ ଶିବିରରେ ତାଙ୍କୁ କରାଟେ ୟୁନିଫର୍ମରେ ଦେଖିବାକୁ ମିଳିଛି ।

ନେତୃତ୍ୱ ସଙ୍ଗମରେ ରାହୁଲ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଚର୍ଚ୍ଚା କରିଥିଲେ । ଏହାପରେ ସନ୍ଧ୍ୟାବେଳେ ସେ ଦିଲ୍ଲୀ ଫେରିଆସିଥିଲେ । କଂଗ୍ରେସର ଏହି ତାଲିମ ଶିବିର ପ୍ରତି ବର୍ଷ ଆୟୋଜନ କରାଯାଏ । ଦୁଇବର୍ଷ ତଳେ ମାଉଣ୍ଟ ଆବୁରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାଉଣ୍ଟ ଆବୁର ସ୍ୱାମୀ ନାରାୟଣ ଧର୍ମଶାଳାରେ କଂଗ୍ରେସର ତାଲିମ ଶିବିରରେ ସାମିଲ ହୋଇଥିଲେ । ଏଥିରେ ପୃଥକ୍‌ ପୃଥକ୍‌ ରାଜ୍ୟର ପ୍ରତିନିଧି ସାମିଲ ହୋଇଥାନ୍ତି । ଶିବିରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର ମୂଳ ବିଚାରଧାରା ବାବଦରେ ତାଲିମ ପ୍ରଦାନ କରାଯାଏ।

ସୌଜନ୍ୟ-ପ୍ରମେୟ

Comments are closed.