Breaking News

ନୂଆ ୩୦ ERSS ଗାଡ଼ିକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଟ୍ୱିନ୍‌ସିଟିରେ ଯୋଗାଇବ ସେବା

ଭୁବନେଶ୍ୱର,୧୨/୧୨: ଦୈତନଗରୀରେ ଗଡ଼ିଲା ୩୦ଟି  ଆପାତକାଳୀନ ପ୍ରତିକ୍ରିୟା ସହାୟତା  ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ ।ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ, ଆହୁରି ସଶକ୍ତ ହେବ ଗୃହ ବିଭାଗ। ପୋଲିସ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ।  ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ । ପୋଲିସର ଶକ୍ତି ଆତ୍ମବିଶ୍ବାସ  ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ। ଅତ୍ୟାଧୁନୀକ ଜ୍ଞାନ କୌଶଳକୁ ପୋଲିସ ବିଭାଗରେ ବ୍ୟବହାର କରାଯିବ। ଏହି ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏବଂ କଟକ-ଭୁବନେଶ୍ବର ଡିସିପି, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।ସୂଚନା ଅନୁଯାଇ, କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ  କିମ୍ବା ଅନ୍ୟ କୌଣସି ଅପ୍ରୀତିକର  ପରିସ୍ଥିତି ଉପୁଜିଲେ, ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୁଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ୍ୱ ସହାୟତା ଯୋଗାଇବେ ।ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ  ତଥା ଡାଏଲ ୧୧୨କୁ ତ୍ୱରାନ୍ୱିତ କରାଇବା  ପାଇଁ ଏସବୁ ଯାନ ସହାୟକ ହେବ ।

 

 

 

ସୌଜନ୍ୟ -ପ୍ରମେୟ

 

Comments are closed.