Breaking News

ନୂତନବର୍ଷରେ ପ୍ରଥମ ଆଶ୍ବସ୍ତି: ରୁଷ୍‌-ୟୁକ୍ରେନ ପରସ୍ପରକୁ ଯୁଦ୍ଧବନ୍ଦୀ ଫେରାଇଲେ

୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ଆଜି ବର୍ଷର ଶେଷ ଦିବସରେ ଏକ ଖୁସି ଖବର ମିଳିଛି। ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ଫେରାଇଛନ୍ତି।

ମସ୍କୋ/କିବ୍‌:  ୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ଆଜି ବର୍ଷର ଶେଷ ଦିବସରେ ଏକ ଖୁସି ଖବର  ମିଳିଛି। ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ  ପରସ୍ପରକୁ ଫେରାଇଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ  ହସ୍ତାନ୍ତର ପାଇଁ ବୁଝାମଣା  ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଝାମଣା ବ୍ୟବସ୍ଥା ଅନୁସାରେ  ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି। ପ୍ରତିବଦଳରେ ରୁଷ୍‌ ୧୫୦ ୟୁକ୍ରେନ୍‌ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ  କରିଥିବା ପୋଷ୍ଟରେ ଲେଖିଛନ୍ତି, ୧୮୯ଜଣ ୟୁକ୍ରେନ୍‌ ସୈନିକ, ସୀମା ସୁରକ୍ଷାକର୍ମୀ, ଦୁଇଜଣ ସାଧାରଣ ନାଗରିକ ରୁଷ୍‌ ଅଧିକୃତ ମାରିୟୁପୋଲ୍‌ରୁ ୟୁକ୍ରେନ୍‌ ଫେରିଛନ୍ତି।   ଏହି ବ୍ୟକ୍ତିମାନେ ଆଜୋଭସତାଲ୍‌, ମାରିୟୁପୋଲ୍‌, ଚେର୍ନୋବିଲ୍‌ ଆଣବିକ ଶକ୍ତିକେନ୍ଦ୍ର  ଓ ସ୍ନେକ୍‌ ଦ୍ବୀପର ସୁରକ୍ଷା ଦାୟିତ୍ବରେ ଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.