Breaking News

ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ମାଲାବାର

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଖୁବଶୀଘ୍ର ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ବୋଲି ଘୋଷଣା କରିଛି। ଏପରିକି ୧୩ଟି ବିଭିନ୍ନ ଦେଶରେ ୩୭୫ରୁ ଅଧିକ ଶୋ’ରୁମ୍‌ ସହିତ ବିଶ୍ୱର ଷଷ୍ଠ ବୃହତ୍ତମ ଅଳଙ୍କାର ବ୍ରାଣ୍ଡ୍‌ର ଏହି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଏବଂ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ୟୁଏଇ ଏବଂ ନ୍ୟୁଜିଲାଣ୍ଡ ଦ୍ୱାରା ସ୍ବାକ୍ଷରିତ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା (ସିଇପିଏ) ଉପରେ ଆଧାରିତ ରହିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ ଅଧ୍ୟକ୍ଷ ଏମ୍‌ପି. ଅହମ୍ମଦ କହିଛନ୍ତି ଏକ ବିଶ୍ୱସ୍ତରୀୟ ସ୍ବୀକୃତିପ୍ରାପ୍ତ ଅଳଙ୍କାର ଖୁଚୁରା ବିକ୍ରେତା ଭାବେ ଆମେ ଆମର ସମସ୍ତ ଅନ୍ତର୍ଜାତୀୟ କାର୍ଯ୍ୟ ୟୁଏଇରେ ଅବସ୍ଥିତ। ୟୁଏଇ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା (ସିଇପିଏ) ନୂତନ ବଜାରରେ ଆମର ପ୍ରସାରକୁ ପରିପୂରକ କରିବ। ଏହି ଚୁକ୍ତିନାମା କେବଳ ଆମର ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ ନାହିଁ ବରଂ ଆମର ଉତ୍ପାଦ ଏବଂ ସେବା ସହିତ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନୂତନ ସୁଯୋଗ ମଧ୍ୟ ପ୍ରଦାନ କରିବ।

 

 

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.