Breaking News

ପକ୍ଷୀ ପ୍ରେମ ଓ ସମାଜସେବା ସତ୍ୟଙ୍କ ବ୍ରତ

ମାଲକାନଗିରି ଜିଲ୍ଲାର ସତ୍ୟ ନାରାୟଣ ପଣ୍ଡା। ପକ୍ଷୀ ପ୍ରେମୀ ଓ ସମାଜସେବା ପାଇଁ ସେ ବେଶ ପରିଚିତ। ଜିଲ୍ଲାରେ ଆଗଧାଡିର ସମାଜସେବୀମାନଙ୍କ ମଧ୍ୟରୁ ସତ୍ୟଙ୍କୁ ଲୋକେ ମନେ ପକାନ୍ତି...

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସତ୍ୟ ନାରାୟଣ ପଣ୍ଡା। ପକ୍ଷୀ ପ୍ରେମୀ ଓ ସମାଜସେବା ପାଇଁ ସେ ବେଶ ପରିଚିତ। ଜିଲ୍ଲାରେ ଆଗଧାଡିର ସମାଜସେବୀମାନଙ୍କ ମଧ୍ୟରୁ ସତ୍ୟଙ୍କୁ ଲୋକେ ମନେ ପକାନ୍ତି। ଗରିବ,ନିଷ୍ପେସିତ ତଥା ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇବା ସହ ବିଭିନ୍ନ ବିଷୟରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଉଚିତ ବାଟ ଦେଖାନ୍ତି।

ସମାଜସେବା ପାଇଁ ସତ୍ୟ ଯେତେ ପରିଚିତ ପକ୍ଷୀ ପ୍ରେମୀ ଭାବେ ମଧ୍ୟ ସେତେ ପରିଚିତ।ସକାଳ ହେବା ମାତ୍ରେ ସତ୍ୟ ପକ୍ଷୀଙ୍କୁ ଖାଦ୍ୟ ବାଣ୍ଟନ୍ତି।

ଦିନେ କିମ୍ବା ଦୁଇ ଦିନର କଥା ନୁହେଁ ପ୍ରତିଦିନ ସତ୍ୟଙ୍କ ପାଟି ଶୁଣି ଆକାଶରୁ ଶହ ଶହ ପକ୍ଷୀ ଉଡି ଆସି ତାଙ୍କ ନିକଟରେ ପହଞ୍ଚିଯାନ୍ତି। କେତେବେଳେ ତାଙ୍କ ହାତରୁ ଖାଦ୍ୟ ଛଡେଇ ନେଇ ଖାଇଥାନ୍ତି ,ତ ଆଉ କେତେବେବେଳେ ତାଙ୍କ କାନ୍ଧ ଉପରେ ମଧ୍ୟ ବସି ପଡନ୍ତି। ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।
ମାନବ ସେବା ହିଁ ମାଧବଙ୍କ ସେବା ବୋଲି ସେ କୁହନ୍ତି। ପକ୍ଷୀର ମଧ୍ୟ ଜୀବନ ରହିଛି।ସେ ମଧ୍ୟ ବଞ୍ଚିବା ପାଇଁ ଖାଦ୍ୟ ଚାହୁଁଛି। ତେଣୁ ଯଦି ପ୍ରତ୍ୟେକ ମଣିଷ ନିଜ ନିଜ ଉଦ୍ୟମରେ ଯଦି ନିରୀହ ଜୀବଜନ୍ତୁଙ୍କ ପ୍ରତି ଦୟା କରନ୍ତି ତେବେ କଥା କହିପାରୁନଥିବା ଏହି ଜୀବଜନ୍ତୁ ବଞ୍ଚିଯାନ୍ତେ ବୋଲି ସେ କହନ୍ତି। ହିଂସା,କପଟ ଏବଂ ଗୃଣା କରୁଥିବା ମଣିଷକୁ ସେ ସତ୍‌ମାର୍ଗକୁ ଆଣିବାକୁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି।
ତାଙ୍କ ନିକଟରେ ଯେ କୌଣସି ଗରିବ ଲୋକ ପହଞ୍ଚିଯାନ୍ତି,ସେ ତୁରନ୍ତ ସମୟ ନଷ୍ଟ ନକରି ତାଙ୍କୁ ସହଯୋଗ କରନ୍ତି।ଯାହା ତାଙ୍କର ସବୁଠାରୁ ଭଲ ଗୁଣ ବୋଲି ଲୋକେ କହନ୍ତି। ତେବେ ସମାଜସେବା ସହ ପକ୍ଷୀ ପ୍ରେମ ତାଙ୍କୁ ଆଜି ଜିଲ୍ଲାରେ ବେଶ ଲୋକପ୍ରିୟ କରିଛି।
ସୌଜନ୍ୟ – ସମ୍ୱାଦ

Comments are closed.