Breaking News

ପଞ୍ଜାବ ବିଧାୟକଙ୍କ ସହ ବୈଠକ ଡାକିଲେ କେଜ୍ରିୱାଲ୍‌

ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟି (ଆପ)ର ଶୋଚନୀୟ ପରାଜୟ ପରେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌ ପଞ୍ଜାବର ଆପ୍‌ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟି (ଆପ)ର ଶୋଚନୀୟ ପରାଜୟ ପରେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌ ପଞ୍ଜାବର ଆପ୍‌ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି। ପଞ୍ଜାବ ହେଉଛି ଦଳ କ୍ଷମତାରେ ଥିବା ଏକମାତ୍ର ରାଜ୍ୟ।

କଂଗ୍ରେସ ଦଳ ପ୍ରାୟ ୩୦ ଜଣ ଆପ୍‌ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ବୋଲି ଦାବି କରିବା ପରେ ଆପ୍‌ ଏହି ବୈଠକ ଡକାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ଦାବି କରିଛନ୍ତି ଯେ ସେ ରାଜ୍ୟର ଆପର ବିଧାୟକମାନଙ୍କ ସହିତ “ଦୀର୍ଘ ସମୟ ଧରି” ଯୋଗାଯୋଗରେ ଅଛନ୍ତି। ଦିଲ୍ଲୀରେ ପ୍ରାୟ ୨୭ ବର୍ଷ ପରେ ବିଜେପି କ୍ଷମତାକୁ ଆସିଛି। ଏହି ପରାଜୟ ସହ ଆପ୍‌ର ୧୦ ବର୍ଷର ଶାସନ ସମାପ୍ତ ହୋଇଛି।

ଏପଟୋ ବିରୋଧୀ ନେତାମାନେ ପଞ୍ଜାବରେ ଆପର ସମ୍ଭାବ୍ୟ ବିଭାଜନ ଏବଂ ରାଜ୍ୟ ସରକାରରେ ପୁନର୍ଗଠନ ପୂର୍ବାନୁମାନ କରିଛନ୍ତି।

୨୦୨୨ ମସିହାରେ ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ୍‌ ୧୧୭ ଆସନରୁ ୯୨ଟି ଆସନ ଜିତି କଂଗ୍ରେସଠାରୁ କ୍ଷମତା ଛଡ଼ାଇ ନେଇଥିଲା। କଂଗ୍ରେସ ୧୮ଟି ଆସନ ଜିତିଥିଲା।

 

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.