Breaking News

ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଅନ୍ୟ ଜଣଙ୍କ ପତ୍ନୀଙ୍କୁ ବିବାହ କଲେ ବିଜେପି ନେତା

ଭାରତୀୟ ଜନତା ପାର୍ଟିର ବଡ଼ବାନି ଜିଲ୍ଲା ସଭାପତି ଡକ୍ଟର ରାଳାଶ ସେନାନି ଏକ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ସେ ତାଙ୍କ ପତ୍ନୀଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ତାଙ୍କ ଦନ୍ତ ଚିକିତ୍ସକ ପତ୍ନୀ ଅଭିଯୋଗ ଆଣିଛନ୍ତି।

ବଡ଼ବାନି: ଭାରତୀୟ ଜନତା ପାର୍ଟିର ବଡ଼ବାନି ଜିଲ୍ଲା ସଭାପତି ଡକ୍ଟର ରାଳାଶ ସେନାନି ଏକ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ସେ ତାଙ୍କ ପତ୍ନୀଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ତାଙ୍କ ଦନ୍ତ ଚିକିତ୍ସକ ପତ୍ନୀ ଆଜି ଏସପି, କଲେକ୍ଟର ଏବଂ ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପତ୍ନୀ ଅଭିଯୋଗ ଆଣି କହିଛନ୍ତି କି ଛାଡପତ୍ର ନ ନେଇ ଡାକ୍ତର ସେନାନି ଗୁପ୍ତ ଭାବରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ଯେଉଁ ମହିଳାଙ୍କୁ ବିବାହ କରିଛନ୍ତି ସେ ଜଣେ ବନରକ୍ଷୀଙ୍କ ସ୍ତ୍ରୀ ଏବଂ ସେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇନାହାଁନ୍ତି।

ଦନ୍ତ ଚିକିତ୍ସିକା ଜଣକ ଆଜି ଖାରଗୋନରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଗୁଜରାଟର ସିଲଭାସାର ବାସିନ୍ଦା। ଇନ୍ଦୋର ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ସମୟରେ ସେ ସେନ୍ଧୱାର ବାସିନ୍ଦା ଡକ୍ଟର ରାଳାଶ ସେନାନୀଙ୍କୁ ଭେଟିଥିଲେ। ୨୦୧୩ ମସିହାରେ ଦୁହେଁ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ଅଛି।

ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ମିଶି ମହେଶ୍ୱରରେ ଏକ ଘରୋଇ ଦନ୍ତ ଚିକିତ୍ସା କେନ୍ଦ୍ର ଚଳାଉଥିଲେ। ଗତ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। ହେଲେ ରାଳାଶ ନିର୍ବାଚନ ପାଇଁ ସେନ୍ଧୱା ଯାଇଥିଲେ ଏବଂ ଏହାପରେ ସେ ବାରମ୍ବାର ସେନ୍ଧୱାରେ ରହିବା ଆରମ୍ଭ କଲେ।

ସେ କହିଛନ୍ତି କି  ଡକ୍ଟର ସେଇନାନି ହେଉଛନ୍ତି ବିଜେପି ଏସଟି ସେଲର ବଡ଼ବାନି ଜିଲ୍ଲା ସଭାପତି। ଆଇନ ଅନୁଯାୟୀ ମୋତେ ଛାଡପତ୍ର ନ ଦେଇ ସେ ନିକଟରେ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.