Breaking News

ପରିବେଶ ଯୋଦ୍ଧା: କଙ୍କଡ଼ାବିଛାଙ୍କ ସୁରକ୍ଷାରେ ସୁଧୀର

ସହର ହେଉ ବା ଗାଁ କିମ୍ବା ଘଞ୍ଚ ଜଙ୍ଗଲ, ସବୁଆଡ଼େ ଭିନ୍ନ ଭିନ୍ନ ପ୍ରଜାତିର କଙ୍କଡ଼ାବିଛା ଦେଖିବାକୁ ମିଳିଥା’ନ୍ତି। କିନ୍ତୁ କେତେ ଜାତିର କଙ୍କଡ଼ାବିଛା ଓଡ଼ିଶାରେ ଅଛନ୍ତି, ସେମାନଙ୍କ ସଂଖ୍ୟା କେତେ, ସେମାନଙ୍କ ପାରିପାର୍ଶ୍ବିକ ବ୍ୟବହାର କେମିତି...

ସହର ହେଉ ବା ଗାଁ କିମ୍ବା ଘଞ୍ଚ ଜଙ୍ଗଲ, ସବୁଆଡ଼େ ଭିନ୍ନ ଭିନ୍ନ ପ୍ରଜାତିର କଙ୍କଡ଼ାବିଛା ଦେଖିବାକୁ ମିଳିଥା’ନ୍ତି। କିନ୍ତୁ କେତେ ଜାତିର କଙ୍କଡ଼ାବିଛା ଓଡ଼ିଶାରେ ଅଛନ୍ତି, ସେମାନଙ୍କ ସଂଖ୍ୟା କେତେ, ସେମାନଙ୍କ ପାରିପାର୍ଶ୍ବିକ ବ୍ୟବହାର କେମିତି ଏବଂ ପ୍ରଦୂଷଣ ତଥା ସହରୀକରଣ ଯୋଗୁଁ କେତେ କଙ୍କଡ଼ାବିଛା ପ୍ରଜାତି ଲୋପ ପାଇବ‌ାକୁ ବସିଲେଣି ତାହାର ହିସାବ କାହା ପାଖରେ ନାହିଁ। ପାରିବେଶିକ ସନ୍ତୁଳନ ପାଇଁ ପୃଥିବୀର ପ୍ରତିଟି ଜୀବ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏମାନଙ୍କ ଉପରେ ଗବେଷଣା ଜାରି ରଖିଛନ୍ତି ଡକ୍ଟର ସୁଧୀର କୁମାର ଜେନା।

ଡକ୍ଟର ଜେନା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ‘ବାୟୋଡାଇଭର୍‌ସିଟି ଆଣ୍ଡ୍‌ କନ୍‌ଜର୍‌ଭେସନ୍‌ ଅଫ୍‌ ନ୍ୟାଚୁରାଲ୍‌ ରିସୋର୍ସେସ୍‌’ରେ ସ୍ନାତକୋତ୍ତର କରି କଙ୍କିମାନଙ୍କୁ ନେଇ ବିଭିନ୍ନ ଗବେଷଣା ଆରମ୍ଭ କରିଥିଲେ। ୨୦୧୮ରେ ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡରେ ଯୋଗ ଦେଇ ଓଡ଼ିଶାର ବିଭିନ୍ନ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ ଓ ସରୀସୃପମାନଙ୍କ ଉପରେ ଗବେଷଣା କରିଥିଲେ। ଏହାପରେ କୋଏମ୍ବାଟୁର୍‌ସ୍ଥିତ ସଲିମ୍‌ ଅଲୀ ସେଣ୍ଟର୍‌ ଫର୍‌ ଅର୍ଣ୍ଣିଥୋଲୋଜି ଆଣ୍ଡ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରିରେ ଯୋଗ ଦେଇ ଭାରତର ସବୁଠାରୁ ନିଆରା ପକ୍ଷୀ ‘ଏଡିବୁଲ୍‌ ନେଷ୍ଟ ସ୍ବିଫ୍ଟଲେଟ୍‌’ ବିଷୟରେ ବହୁ ରୋଚକ ତଥ୍ୟ ସାମ୍ନାକୁ ଆଣିଥିଲେ। ଏହି ପକ୍ଷୀ ‌ଭାରତର କେବଳ ଆଣ୍ଡାମାନ୍ ଓ ନିକୋବର ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଏହାର ବହୁଳ ଚାହିଦା ରହିଛି। ଏହି ପକ୍ଷୀର ମଳରୁ ମିଳୁଥିବା କୀଟପତଙ୍ଗ ସମ୍ପର୍କରେ ମଧ୍ୟ ସେ ଗବେ‌ଷଣା କରିଥିଲେ।

ଏହାପରେ ‌ଭାରତୀୟ ପ୍ରାଣୀବିଜ୍ଞାନ ସର୍ବେକ୍ଷଣ ସଂସ୍ଥାରେ ଯୋଗ ଦେଇ ଏବେ ଓଡ଼ିଶାର କଙ୍କଡ଼ାବିଛାମାନଙ୍କ ଉପରେ ଗବେଷଣା ଜାରି ରଖିଛନ୍ତି ସେ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୮ ଜାତିର କଙ୍କଡ଼ାବିଛା ମିଳିଥିବା ବେଳେ ବାସ୍ତ‌ବରେ କେତେ ପ୍ରଜାତିର କଙ୍କଡ଼ାବିଛା ଅଛନ୍ତି ଓ ବିଶ୍ବତାପନ ତଥା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏମାନଙ୍କ ଉପରେ କ’ଣ ରହୁଛି, ସେ ନେଇ ଗବେଷଣା ଜାରି ରଖିଛନ୍ତି। ମଧ୍ୟପ୍ରଦେଶର କଙ୍କଡ଼ାବିଛାମାନଙ୍କ ଉପରେ ମଧ୍ୟ ସେ ଗବେଷଣା କରିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.