Breaking News

ପରିବେଶ ଯୋଦ୍ଧା: ଗଛ ପାଇଁ ୩୨ ବର୍ଷ

ଘର ପଛ ପଟେ ଛୋଟ ବାଡ଼ିଟିଏ ଏବଂ ଆଗରେ ଛୋଟ ବଗିଚା। ସେଥିରେ ଫୁଟିଥିବା ରଙ୍ଗବେରଙ୍ଗ ଫୁଲ ସହ ପିଜୁଳି, ଆତ ଭଳି ଋତୁକାଳୀନ ଫଳ ଦେଖି କଟୁଥିଲା ପ୍ରତାପଚନ୍ଦ୍ର ଦାସଙ୍କ ପିଲାଦିନ।

ଘର ପଛ ପଟେ ଛୋଟ ବାଡ଼ିଟିଏ ଏବଂ ଆଗରେ ଛୋଟ ବଗିଚା। ସେଥିରେ ଫୁଟିଥିବା ରଙ୍ଗବେରଙ୍ଗ ଫୁଲ ସହ ପିଜୁଳି, ଆତ ଭଳି ଋତୁକାଳୀନ ଫଳ ଦେଖି କଟୁଥିଲା ପ୍ରତାପଚନ୍ଦ୍ର ଦାସଙ୍କ ପିଲାଦିନ। ଏଣୁ ଯେଉଁଠି ରହୁଥିଲେ ସେ କିଛି କିଛି ଗଛ ଲଗାଇ ବାଡ଼ିବଗିଚା କରୁଥିଲେ। ୧୯୮୮ ମସିହାରେ ସେ ଭଦ୍ରକରୁ ଡେଲାଙ୍ଗ ଆସି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ଭାବେ ଯୋଗ ଦେବା ସହ ଗଛ ଲଗାଇବାର ନିଶା ତାଙ୍କୁ ଅଧିକ ଘାରିଥିଲା। ନିଜ ସରକାରୀ କାର୍ଯ୍ୟାଳୟ ପରିସର ସହ ରାସ୍ତାକଡ଼, ବିଭିନ୍ନ କ୍ଲବ୍‌ ଘର, ଦୁର୍ଗାମଣ୍ଡପ ପରିସରରେ ସେ କଦମ୍ବ, କୃଷ୍ଣଚୂଡ଼ା ଆଦି ଗଛ ଲଗାଇ ପରିବେଶକୁ ସୁନ୍ଦର କରିବାକୁ ଚେଷ୍ଟା କରୁଥିଲେ। ନିଜେ ଲଗାଇଥିବା ଗଛ ବଢୁଥିବା ଦେଖି ଆତ୍ମହରା ହେଉଥିଲେ।  ହେଲେ ୧୯୯୯ ମହାବାତ୍ୟା, ସେ ଲଗାଇଥିବା ଅନେକ ଗଛକୁ ଉପାଡ଼ି ଦେଇଥିଲା ତ’ କିଛି ଗଛକୁ ଭାଙ୍ଗି ଦେଇଥିଲା। ଏହାପରେ ଗଛ ଲଗାଇବାର ଝୁଙ୍କ୍‌ ତାଙ୍କୁ ଆହୁରି ଘାରିଥିଲା।

ବୃକ୍ଷଠାରୁ ସୁନ୍ଦର ଆଉ କିଛି ନାହିଁ। ବୃକ୍ଷ କେବେ ନିଜ ଫୁଲରେ ତ’ ପୁଣି କେବେ ନିଜ ରଙ୍ଗବେରଙ୍ଗ ପତ୍ରରେ ପରିବେଶକୁ ରଙ୍ଗିନ କରେ। ଏହାର ଫଳ ଆମ ପେଟ ଭରେ। ଏହାର ଛାୟା ତଳେ ଘଡ଼ିଏ ଠିଆ ହୋଇ ବାଟୋଇ ଥକା ମେଣ୍ଟାଏ। ଏଣୁ ସମସ୍ତଙ୍କୁ ଗଛ ଲଗାଇବାର ଅଭ୍ୟାସ କରିବା ଉଚିତ।

ଶ୍ରୀ ଦାସ ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଗଛ ଲଗାଇଥିବା ବେଳେ ସେ ସାଧାରଣତଃ ଶାଗୁଆନ, ଚାଉଳିଆ, ଲେମ୍ବୁ, କ‌ମଳା, ଓସ୍ତ, କଦମ୍ବ ଓ କୃଷ୍ଣଚୂଡ଼ା ଆଦି ଗଛ ଲଗାଉଛନ୍ତି। କେବଳ ଗଛ ଲଗାଉନାହାନ୍ତି, ଛୋଟ ଗଛ ବଢ଼ିବା ପାଇଁ ତା’ ଚାରିପାଖେ ବାଉଁଶ ବାଡ଼ ଦେବା ସହ ନିୟମିତ ପାଣି ଦେଇ ଏହାର ଯତ୍ନ ନେଇଥା’ନ୍ତି। ଶ୍ରୀ ଦାସ କୁହନ୍ତି, ବୃକ୍ଷଠାରୁ ସୁନ୍ଦର ଆଉ କିଛି ନାହିଁ। ବୃକ୍ଷ କେବେ ନିଜ ଫୁଲରେ ତ’ ପୁଣି କେବେ ନିଜ ରଙ୍ଗବେରଙ୍ଗ ପତ୍ରରେ ପରିବେଶକୁ ରଙ୍ଗିନ କରେ। ଏହାର ଫଳ ଆମ ପେଟ ଭରେ। ଏହାର ଛାୟା ତଳେ ଘଡ଼ିଏ ଠିଆ ହୋଇ ବାଟୋଇ ଥକା ମେଣ୍ଟାଏ। ଏଣୁ ସମସ୍ତଙ୍କୁ ଗଛ ଲଗାଇବାର ଅଭ୍ୟାସ କରିବା ଉଚିତ।

ତେବେ ଶ୍ରୀ ଦାସ କେବଳ ନିଜ ଚାରିପାଖରେ ବା ଗାଁରେ ନୁହେଁ, ନିକଟସ୍ଥ ରେଞ୍ଚ, ଗୁଆଳିପଡ଼ା, ମାଛପଡ଼ା, ପାଟପୁର, ଗୋବିନ୍ଦପୁର ଆଦି ଆଖପାଖ ଗାଁରେ ବି ଗଛ ଲଗାନ୍ତି। ଏପରିକି, ରାଜରାସ୍ତା କଡ଼ରେ ଶାଗୁଆନ, ଓସ୍ତ ଆଦି ଗଛ ଲଗାଇ ବାଟୋଇଙ୍କ ଛାୟା କବଚ ତିଆରି କରନ୍ତି। ସେ କୁହନ୍ତି, ଖାଲି ଗଛ ଲଗାଇଲେ ହେବ ନାହିଁ, ଏକ ବର୍ଷ ପର୍ଯ୍ୟନ୍ତ ଗଛର ଯତ୍ନ ଜରୁରି। ତେବେ ଯାଇ ଗଛ ନିଜେ ନିଜେ ପ୍ରକୃତି ସହ ଖାପଖୁଆଇ ଆପେ ଆପେ ବଢ଼ିଯିବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.