Breaking News

ପରୀକ୍ଷା ପେ’ ଚର୍ଚ୍ଚା: ପିଲାଙ୍କୁ ମାର୍ଗଦର୍ଶନ କରାଇବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ’ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ବୋର୍ଡ ପରୀକ୍ଷାକୁ ନେଇ ପ୍ରତିବର୍ଷ ଭଳି ଏଥର ବି ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ।

ଦିନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ୱୋଧିତ କରିବେ । ଚଳିତ ବର୍ଷ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସାମିଲ ହେବେ । ଏଥିରେ ବୋର୍ଡ ପରୀକ୍ଷାକୁ ନେଇ ଚାପ, ଚିନ୍ତା ଓ ପରୀକ୍ଷା ଜନିତ ମାନସିକ ଅବସାଦରୁ କିପରି ବଞ୍ଚିବେ ତାହାର ଉପାୟ ବତାଇବେ ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗିବ । କାରଣ ଏଥର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବଡ଼ ବଡ଼ ବ୍ୟକ୍ତିତ୍ବ ସାମିଲ ହେବେ ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ୬ ଥରର ବକ୍ସିଂରେ ବିଶ୍ୱ ବିଜୟୀ ବକ୍ସର ମେରିକମ ସାମିଲ ହେବେ । ଏହାଛଡ଼ା ସଦଗୁର ସମେତ ଅନ୍ୟ ଧର୍ମଗୁରୁ ମଧ୍ୟ ସାମିଲ ହେବେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଡିଡି ନେସନାଲ, ଡିଡି ନ୍ୟୁଜ, ଡିଡି ଇଣ୍ଡିଆ ସମେତ ଘରୋଇ ଟିଭି ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.