‘ପରୀ’ରେ ଜ୍ୟୋତି
ଜଣାଶୁଣା ଓଲିଉଡ୍ ଅଭିନେତା ଜ୍ୟୋତିରଞ୍ଜନ ନାୟକ ଓରଫ ଜ୍ୟୋତିଙ୍କୁ ମିଳିଛି ଆଉ ଏକ ନୂଆ ଓଡ଼ିଆ ସିନେମା। ‘ପରୀ’ ଶୀର୍ଷକ ଏହି ସିନେମାର ଜ୍ୟୋତି ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ପାଇଁ ନାୟିକା ଖୋଜା ଚାଲିଛି।
ଜଣାଶୁଣା ଓଲିଉଡ୍ ଅଭିନେତା ଜ୍ୟୋତିରଞ୍ଜନ ନାୟକ ଓରଫ ଜ୍ୟୋତିଙ୍କୁ ମିଳିଛି ଆଉ ଏକ ନୂଆ ଓଡ଼ିଆ ସିନେମା। ‘ପରୀ’ ଶୀର୍ଷକ ଏହି ସିନେମାର ଜ୍ୟୋତି ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ପାଇଁ ନାୟିକା ଖୋଜା ଚାଲିଛି। ତେବେ ଏହି ସିନେମାରେ ଅଭିନେତା ଶ୍ରୀତମ ଦାସଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସଞ୍ଜୟ ମହାନ୍ତି ଓ ଚନ୍ଦନ ସ୍ବାଇଁଙ୍କ ପ୍ରଯୋଜିତ ‘ପରୀ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ତ୍ରିପତି ସାହୁ। ସଞ୍ଜୟ ମହାନ୍ତି ଏହାର କାହାଣୀକାର ଓ ସଂଳାପ ରଚନା କରିଛନ୍ତି ଡକ୍ଟର ରଜନୀରଞ୍ଜନ।
ସୂଚନାଯୋଗ୍ୟ, ଜ୍ୟୋତି ‘ମିଠାମିଠା’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ଅନ୍ୟ ଫିଲ୍ମଗୁଡ଼ିକ ହେଲା ‘ଦେଲେ ଧରା କଥା ସରେ’, ‘ନିଝୁମ୍ ରାତିର ସାଥୀ’, ‘ଦିଲ୍ ବୋଲେ ଓଲେଓଲେ’, ‘ପ୍ୟାର୍ ଅଲଗା ପ୍ରକାର’, ‘ହାପିଲକି’, ‘ମନ ମୋ ନେଇଗଲୁରେ’, ‘ତୁ ମୋ ହିରୋ’, ‘ସାଥୀ ତୁ ଫେରିଆ’, ‘ତୁ ମୋ ସୁନା ଚଢ଼େଇ’, ‘ଦିଲ୍କା ରାଜା’, ‘ଆଉ ଗୋଟେ ଲଭଷ୍ଟୋରି’, ‘ସୁପର୍ବୟ’ ଓ ‘ଡଟ୍ପେନ୍’।
ସୌଜନ୍ୟ-ସମ୍ୱାଦ
Comments are closed.