ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣି ଆଣୁଛି ଶାନ୍ତି ଉପତ୍ୟକା, ଜମୁଛି ଭିଡ଼

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଲେ ଅନେକ ପର୍ଯ୍ୟଟନକ୍ଷେତ୍ର ଦେଖିବାର ସୁଯୋଗ ପାଇଥାନ୍ତି। ହେଲେ ଏଠାରେ ଏଭଳି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ରହିଛି, ଯେଉଁଠିକି ପର୍ଯ୍ୟଟକ ଅଧିକ ପସନ୍ଦ କରିବା ସହ ଗୋଟିଏ ମୁହୂର୍ତ୍ତ ଦେଖିବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିଥାନ୍ତି। ତାହା ହେଲା ସାଇଲେଣ୍ଟ ଭ୍ୟାଲି ବା ଶାନ୍ତି ଉପତ୍ୟକା। ଦାରିଙ୍ଗବାଡ଼ି ବଜାରଠାରୁ ପ୍ରାୟ ୨ କିମି ଦୂରତା ପର୍ତ୍ତମାହା ପଞ୍ଚାୟତକୁ ଯିବା ବାଟରେ ପଡ଼େ ଏହି ଉପତ୍ୟକା। ଯାହାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ସୂର୍ଯ୍ୟାସ୍ତର ଝଲକ ଟିକେ ପାଇବା ପାଇଁ ବହୁତ ପସନ୍ଦ କରନ୍ତି।
ପୁରୀ ଜିଲାର ଚନ୍ଦ୍ରଭାଗାଠାରେ ସୂର୍ଯ୍ୟୋଦୟ ଦେଖିବାକୁ ଯେମିତି ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ସେମିତି ଅପରାହ୍ନ ହେଲେ ସୂର୍ଯ୍ୟାସ୍ତ ଦେଖିବାକୁ ଦାରିଙ୍ଗବାଡ଼ିର ଏହି ଶାନ୍ତି ଉପତ୍ୟକା ବୁଲିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। କେବଳ ସୂର୍ଯ୍ୟାସ୍ତ ନୁହଁ, ଉକ୍ତ ଉପତ୍ୟକାରେ ଶାନ୍ତି ପରିବେଶ ଚାରିଆଡେ ପାହାଡ଼ ପଦ୍ମପାଖୁଡା ଭଳି ସଜେଇ ହୋଇଥିବା ବେଳେ ଦୂରରୁ ଏକ ଘରୋଇ ରିସର୍ଟ ରହିଛି। ତାହା ଦେଖିବାକୁ ପର୍ଯ୍ୟଟକ ଖୁବ୍‌ ପସନ୍ଦ କରନ୍ତି। ରାସ୍ତାକଡ଼ରେ ଏହି ସବୁ ଭିୟୁ ବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ପାହାଡ଼ ଭିତରେ ସୂର୍ଯ୍ୟ ଲୁଚି ଯାଉଥିବା ଦୃଶ୍ୟ ସବୁଠାରୁ ଆକୃଷ୍ଟ କରିଥାଏ।
ସୌଜନ୍ୟ-ଧରିତ୍ରୀ

Show More
Back to top button