Breaking News

ପର୍ଯ୍ୟଟକଙ୍କ ପାଇଁ ଦୁଃଖ ଖବର: ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ମନା

ବାରଙ୍ଗ,୨୯/୧୧: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ୠତୁ । ନନ୍ଦନକାନନର ଉଦ୍ଭିଦ ଉଦ୍ୟାନରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଦୁଃଖ ଖବର । ସେମାନେ ଆଉ ଆଗଭଳି ସୁନ୍ଦର ସବୁଜିମା ମଧ୍ୟରେ ବଣ ଭୋଜି କରିବାର ସୁଯୋଗ ପାଇ ପାରିବେ ନାହିଁ । କାରଣ ବନବିଭାଗ ନନ୍ଦନକାନନର ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାଡ଼େନ)ରେ ବଣଭୋଜିକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ବଣଭୋଜି ସମୟରେ ପର୍ଯ୍ୟଟକଙ୍କ ପ୍ଲାଷ୍ଟିର ବହୁଳ ବ୍ୟବହାର ଓ ଶବ୍ଦ ପ୍ରଦୃଷଣ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ପ୍ରତ୍ୟେକ ବର୍ଷ ବଟାନିକାଲ ଗାଡ଼େନକୁ ହଜାର ହଜାର ପର୍ଯ୍ୟଟକ ବଣ ଭୋଜି କରିବାକୁ ଆସିଥାନ୍ତି । ମାତ୍ର ଅଧିକ ଶବଦରେ ସାଉଣ୍ଡ ବକ୍ସ ବଜାଇବା ଦ୍ୱାରା ଜୀବଜନ୍ତୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ବଟାନିକାଲ ଗାଡ଼େନ ନିକଟରେ ରହିଛି ଦେଶର ବୃହତ ପ୍ରାଣୀ ଉଦ୍ୟାନ । ଏଠାରେ ରହିଛନ୍ତି ଦେଶ ବିଦେଶର ୧୬୯ ପ୍ରଜାତୀର ୪୨୮୫ ଜୀବଜନ୍ତୁ । ସେଥିମଧ୍ୟରୁ ୧୦୯ଟି ଭାରତୀୟ ଓ ୬୦ଟି ବିଦେଣୀ ପ୍ରଜାତୀର ଜୀବଜନ୍ତୁ ।
ସୌଜନ୍ୟ-ପ୍ରମେୟ

Comments are closed.