ଖେଳ

T 20 World Cupରେ ବିଜୟର ଚୌକା ମାରିଲା ଭାରତ, ୧୭ ରନରେ ହାରିଲା ନେଦରଲାଣ୍ଡ

ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ଶେଷ ମ୍ୟାଚରେ ଭାରତ ୧୭ ରନରେ ନେଦରଲାଣ୍ଡକୁ ହରାଇଛି। ଏହା ସହିତ ଲିଗରେ ସମସ୍ତ ୪ଟି ମ୍ୟାଚ୍ ଜିତିଛି ଭାରତ। ଫେବୃଆରୀ ୨୨ରେ ସୁପର-୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ଶିବମ ଦୁବେ ୬୬ ରନର ଦମଦାର ଇନିଂସ ଖେଳିଥିଲେ। ଜବାବରେ ନେଦରଲାଣ୍ଡ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୧୭୬ ରନ କରି ପାରିଛି। ଦଳ ପକ୍ଷରୁ କୌଣସି ବ୍ୟାଟର ବଡ଼ ଇନିଂସ ଖେଳି ପାରି ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

୧୯୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନେଦରଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୭୬  ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ଦଳର  ଟପ୍ ଅର୍ଡରଠୁ ମଧ୍ୟକ୍ରମ ବ୍ୟାଟର ଭଲ ଆରମ୍ଭ କରିଥିଲେ ହେଁ କେହି ବଡ଼ ଇନିଂସ ଖେଳି ପାରି ନ ଥିଲେ। ମାଇକେଲ୍ ଲେଭିଟ୍ ୨୪ ରନ, ମ୍ୟାକ୍ସ ଓ ଦାଉଦ ୨୦ ରନ, ବାସ ଡି ଲେଡେ ୩୩ ରନ ଓ କୋଲିନ ଆକେରମାନ ୨୩ ରନ କରିଥିଲେ। ଆର୍ଯ୍ୟନ ଦତ୍ତ ଖାଲା ଖୋଲି ପାରି ନ ଥିଲେ। ଏଥିରୁ ତିନି ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ ବରୁଣ ଚକ୍ରବର୍ତ୍ତୀ। ନିମ୍ନ କ୍ରମରେ ସ୍କଟ ଏଡଓ୍ଵାର୍ଡ୍ସ ୧୫ ରନ, ଜ୍ୟାକ ଲିଓନ କାଚେଟ୍ ୨୬ ରନ ଓ ନୋଆ କ୍ରୋଏସ ୨୫ ରନ କରିଥିଲେ ହେଁ ଦଳକୁ ଜିତାଇ ପାରି ନ ଥିଲେ।

ଭାରତୀୟ ବୋଲର ମାପଚୁପ ବୋଲିଂ କରି ନେଦରଲାଣ୍ଡକୁ  ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇ ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଶିବମ ଦୁବେଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ଭାରତର ଇନିଂସ 

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଅଭିଷେକ ଶର୍ମା ନିଜର ଖରାପ ଫର୍ମ ଜାରି ରଖି ପୁଣି ଥରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି। ଚଳିତ ଟି-୨୦ ବିଶ୍ଵକପରେ ଅଭିଷେକ ଏ ପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାନ୍ତି। ଏହା ପରେ ଇଶାନ କିଶନ ଓ ତିଳକ ବର୍ମା ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୮ ରନ ଯୋଡ଼ିଥିଲେ। ଇଶାନ କିଶନ ୧୮ ରନ କରିଥିଲେ ହେଁ ଦୁର୍ଭାଗ୍ୟବଶତଃ ଆଉଟ୍ ହୋଇଥିଲେ।

ଧ୍ୟକ୍ରମରେ ତିଲକ ବର୍ମା ୩୧ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ କରିଥିଲେ। ଶିବମ ଦୁବେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୧ ବଲରୁ ୪ ଚୌକା ଓ ୬ ଛକା ସହ ୬୬ ରନର ଧମାକାଦାର ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୦ ରନ କରିଥିଲେ। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button