Breaking News

ପାଦଚଲା ଲୋକ ଓ ଗାଡ଼ି ଉପରେ ଚଢ଼ିଗଲା ବସ୍‌: ୬ ମୃତ, ୪୯ ଆହତ

ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୯ ଜଣ ଆହତ ହୋଇଛନ୍ତି। ଏକ ବସ୍‌ଟି କିଛି ପାଦଚଲା ଲୋକ ଓ ଛୋଟ ଗାଡ଼ି ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିିଛି।

ମୁମ୍ବାଇ: ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୯ ଜଣ ଆହତ ହୋଇଛନ୍ତି। ଏକ ବସ୍‌ଟି କିଛି ପାଦଚଲା ଲୋକ ଓ ଛୋଟ ଗାଡ଼ି ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିିଛି।

ପୁଲିସର ସୂଚନାନୁସାରେ ଏହି ଘଟଣା ବସ୍‌ଟି କୁର୍ଲା ଷ୍ଟେସନରୁ ଆନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଘଟିଛି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ ବସ୍‌ (ମାର୍ଗ ୩୩୨)ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଅନେକ ଗାଡି ଏବଂ ପଥଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ଏପରିକି ବସ୍‌ଟି ଚଢ଼ିଯିବାର ହାଉସିଂ ସୋସାଇଟିର ଏକ କାନ୍ଥ ଖସି ପଡ଼ିଲା। ବସ୍‌ଟି କାନ୍ଥକୁ ଧକ୍କା ଦେବା ପରେ ଯାଇ ସେଠାରେ ଅଟକି ଯାଇଥିଲା।

ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଉଛନ୍ତି କନିସ୍ ଫାତିମା ଅନସାରୀ, ଶିବମ କାଶ୍ୟପ, ଆଫ୍ରିନ୍ ଅବଦୁଲ ସଲିମ ଶାହା ଏବଂ ଅନାମ ଶେଖ।

ମଙ୍ଗଳବାର ଦିନ ଘଟିଥିବା ଏହି ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ଫୋରେନସିକ୍ ଟିମ୍ ପହଞ୍ଚିଥିଲେ। ଏହାକୁ ନେଇ ଡେପୁଟି କମିସନର ପୁଲିସ (ଜୋନ୍)) ଗଣେଶ ଗାୱଡେ ଗଣମାଧ୍ୟମକୁ କହିଛନ୍ତି, ‘‘କୁର୍ଲାରେ ବେଷ୍ଟ ବସ୍ ନିୟନ୍ତ୍ରଣ ହରାଇ କିଛି ଗାଡି ଚୂର୍ଣ୍ଣ କରିଥିଲା। ଆହତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ବସ୍ ଡ୍ରାଇଭରକୁ ଗିରଫ କରାଯାଇଛି। ତଦନ୍ତ ଚାଲିଛି।’’

ଘଟଣା ଘଟିବାର କିଛି ସମୟ ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସମେତ ଜରୁରୀକାଳୀନ ସେବା ପହଞ୍ଚିଥିଲା। ୪୫ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ କେତେକ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.