Breaking News

ପାର୍କ ଉତ୍ସବରେ ଉଷ୍ମତା: ‘ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍‌’

ଶୀତୁଆ ସନ୍ଧ୍ୟାରେ ‘ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍’, ‘ଦିଵାନା ହେଲି ତୋ ପାଇଁ’ ଭଳି ସଙ୍ଗୀତ ଆଇଜି ପାର୍କରେ ଦର୍ଶକଙ୍କ ଭିତରେ ଉଷ୍ମତା ଭରିଦେଇଥିଲା। ମଙ୍ଗଳବାର ପାର୍କ ଉତ୍ସବ ଅବସରରେ ଏଠାରେ ଅଭିନେତ୍ରୀ ପ୍ରିୟା ଓ ପୁପୁଲଙ୍କ ସହ ତାଳରେ ତାଳ...

ଭୁବନେଶ୍ୱର: ଶୀତୁଆ ସନ୍ଧ୍ୟାରେ ‘ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍’, ‘ଦିଵାନା ହେଲି ତୋ ପାଇଁ’ ଭଳି ସଙ୍ଗୀତ ଆଇଜି ପାର୍କରେ ଦର୍ଶକଙ୍କ ଭିତରେ ଉଷ୍ମତା ଭରିଦେଇଥିଲା। ମଙ୍ଗଳବାର ପାର୍କ ଉତ୍ସବ ଅବସରରେ ଏଠାରେ ଅଭିନେତ୍ରୀ ପ୍ରିୟା ଓ ପୁପୁଲଙ୍କ ସହ ତାଳରେ ତାଳ ଦେଇ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକଯୁବତୀମାନେ ନାଚି ଉଠିଥିଲେ। କେବଳ ସେତିକି ନୁହେଁ ସେ ଏଥିରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମା’ ଓ ‘ମେମ୍ ସାହାବ’ ଚଳଚ୍ଚିତ୍ର ସମ୍ପର୍କରେ କହିବା ସହିତ ଦର୍ଶକମାନେ ଏହାକୁ ଭଲ ପାଇବେ ବୋଲି ଆଶା ରଖିଛନ୍ତି। ସେହିଭଳି ଏଥିରେ ଷ୍ଟୋରି ଟେଲର୍‌ ସ୍ୱାଗତିକା ଅଭିନୟ ମାଧ୍ୟମରେ କାହାଣୀ ପରିବେଷଣ କରିଥିଲେ। ପୁଣି ସୁଧୀରଙ୍କ ମୁହଁ ପେଣ୍ଟିଙ୍ଗ ଓ ସ୍ତିତିଙ୍କ ସଙ୍ଗୀତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।

ଅନ୍ୟାନ୍ୟ ପାର୍କ ଯେପରିକି ଫରେଷ୍ଟ, ବୁଦ୍ଧ, ମଧୁସୂଦନ, ଅବଦୁଲ କାଲାମ ପାର୍କରେ ପୁନମ, ଦିବ୍ୟା, ଏଲି ଓ ଅର୍ଚ୍ଚିତା ଯୋଗଦେଇ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଅନୁଜ, ସବିତା, ମୀରାଙ୍କ ଷ୍ଟୋରି ଟେଲିଙ୍ଗ ଏବଂ ପ୍ରଭାସ, ଅଭିଳାଷ, ସାର୍ଥକ, ଦେବୀଙ୍କ ସଙ୍ଗୀତ ଦର୍ଶକଙ୍କୁ ତିନି ଘଣ୍ଟା ଧରି ବାନ୍ଧି ରଖିଥିଲା। ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିଲା ମିସନ ଶକ୍ତି ଷ୍ଟଲ। ଗରମ ଗରମ ମାଣ୍ଡିଆ ପେଷ୍ଟ୍ରି ସହିତ କ୍ଷୀର ମଣ୍ଡା ଓ କାକରା ଖାଇବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ସତ୍ୟନଗରର ବୈଭବ ଲକ୍ଷ୍ମୀ ଏସ୍‌ଏଚ୍‌ଜିର ଜ୍ୟୋତି ମହାନ୍ତିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଲୋକଙ୍କର ମିଲେଟ ଜାତୀୟ ଖାଦ୍ୟ ପ୍ରତି ବିଶେଷ ଆଗ୍ରହ ବଢ଼ୁଛି। ଅଭିଭାବକମାନେ ବାହାର ଖାଇବା ପରିବର୍ତ୍ତେ ଆମ ଷ୍ଟଲ୍‌ରୁ ନେଇ ପିଲାଙ୍କୁ ଖାଇବାକୁ ଦେଉଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.