Breaking News

ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ: ନୂଆ ଦୁଇ ବିଭାଗରେ ନାମଲେଖା ସରିଲା, ଆଉ ଦୁଇ ବିଭାଗରେ ପିଜି ଖୋଲିବାକୁ ଚିଠି

ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲରେ ନୂଆ ଖୋଲିଥିବା ଦୁଇଟି ବିଭାଗରେ ନାମଲେଖା ସରିଲା। ପୂର୍ବରୁ ୬ଟି ବିଭାଗରେ ନାମଲେଖା ହେଉଥିବା ବେଳେ ଚଳିତ ବର୍ଷ ନିଶ୍ଚେତକ ଓ ଚକ୍ଷୁ ବିଭାଗରେ ନାମ ଲେଖା ହୋଇଛି। ୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ଭୁବନେଶ୍ବର: ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲରେ ନୂଆ ଖୋଲିଥିବା ଦୁଇଟି ବିଭାଗରେ ନାମଲେଖା ସରିଲା। ପୂର୍ବରୁ ୬ଟି ବିଭାଗରେ ନାମଲେଖା ହେଉଥିବା ବେଳେ ଚଳିତ ବର୍ଷ ନିଶ୍ଚେତକ ଓ ଚକ୍ଷୁ ବିଭାଗରେ ନାମ ଲେଖା ହୋଇଛି। ୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତ ବର୍ଷ ମୋଟ ୩୦ ଜଣ ଛାତ୍ରଛାତ୍ରୀ ପିଜି ନାମ ଲେଖାଇଛନ୍ତି। ଆସନ୍ତାବର୍ଷ ପାଇଁ ମାଇକ୍ରୋବାୟୋଲୋଜି ଓ ପାଥୋଲୋଜିରେ ପିଜି ନାମଲେଖା ପାଇଁ ଅନୁମତି ଲାଗି ନ୍ୟାସନାଲ ମେଡିକାଲ କମିସନ(ଏନଏମସି)କୁ ଚିଠି ଲେଖାଯାଇଛି। ଏହାସହିତ ଅନ୍ୟ ବିଭାଗରେ ସିଟ୍‌ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶିକା ‌ପ୍ରଫେସର ସୁଜାତା ମିଶ୍ର କହିଛନ୍ତି, ପିଜିଆଇ ହେବା ପରଠାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ରୋଗୀଙ୍କ ଭରସା ବଢ଼ିଲାଣି। ପୂର୍ବରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଓପିଡିକୁ ଦୈନିକ ପ୍ରାୟ ୧୫୦ ରୋଗୀ ଆସୁଥିବା ବେଳେ ଏବେ ୩୫୦ ରୋଗୀ ଆସୁଛନ୍ତି। ସେହିପରି ମେଡିସିନ, ଅର୍ଥୋପେଡିକ ବିଭାଗରେ ଦୁଇ ବର୍ଷ ଭିତରେ ଦୁଇ ଗୁଣା ରୋଗୀ ଆସୁଛନ୍ତି। ସବୁ ବିଭାଗ‌ରେ ମିଶାଇ ଦୈନିକ ୫୦୦୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ତେଣୁ ସବୁ ବିଭାଗରେ ଯେପରି ପିଜି ବିଭାଗ ଖୋଲିବ ଓ ଉନ୍ନତମାନର ଚିକିତ୍ସା‌ ଯୋଗାଇ ଦିଆଯିବ ‌ସେ ନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.