Breaking News

ପୁଅର ସହିଯିବି, ହେଲେ ଐଶ୍ବର୍ଯ୍ୟାଙ୍କ ଅପମାନ ସହିବି ନାହିଁ: ଅମିତାଭ ବଚ୍ଚନ

ପୁଅର ଅପମାନ ସହିଯିବି, ହେଲେ ଐଶ୍ବର୍ଯ୍ୟାଙ୍କ ଅପମାନ ସହିବି ନାହିଁ। ୨୦୧୦ରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ହେଉନଥିବାରୁ ତାଙ୍କୁ ଟ୍ରୋଲ କରାଯାଉଥିଲା। ଏହାର ଜବାବରେ ଅମିତାଭ ବଚ୍ଚନ ଏଭଳି କହିଥିଲେ।

ମୁମ୍ବାଇ: ପୁଅର ଅପମାନ ସହିଯିବି, ହେଲେ ଐଶ୍ବର୍ଯ୍ୟାଙ୍କ ଅପମାନ ସହିବି ନାହିଁ। ୨୦୧୦ରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ହେଉନଥିବାରୁ ତାଙ୍କୁ ଟ୍ରୋଲ କରାଯାଉଥିଲା। ଏହାର ଜବାବରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଏଭଳି କହିଥିଲେ। ୨୦୧୦ ମସିହାରେ ମୁମ୍ବାଇର ଏକ ଟାବଲଏଡ୍ ଦାବି କରିଥିଲା ​​ଯେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପେଟରେ ଯକ୍ଷ୍ମା ହୋଇଥିବା ଯୋଗୁଁ ସେ ଗର୍ଭଧାରଣ କରିପାରୁନାହାନ୍ତି। ଏଭଳି ମିଥ୍ୟା ଖବର ପ୍ରଚାର ହେବା ପରେ ବିରକ୍ତ ହୋଇ ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଗଣମାଧ୍ୟମର କାର୍ଯ୍ୟକୁ ନିନ୍ଦା କରିଥିଲେ।

ସେ ତାଙ୍କ ବୋହୂ ବିଷୟରେ ଏଭଳି ମିଥ୍ୟା ଏବଂ ସମ୍ବେଦନଶୀଳ ସୂଚନା ପ୍ରକାଶିତ କରିଥିବାରୁ ଟାବଲଏଡ୍‌କୁ କଡ଼ା ସମାଲୋଚନା କରି କହିଥିଲେ ଯେ, “ଏପରି ରିପୋର୍ଟ କେବଳ ବ୍ୟକ୍ତିଗତ ଗୋପନୀୟତା ଉପରେ ଆକ୍ରମଣ ନୁହେଁ ବରଂ ଦୁଃଖଦାୟକ ମଧ୍ୟ; ବିଶେଷକରି ଯେତେବେଳେ ସ୍ୱାସ୍ଥ୍ୟ ଭଳି ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ବିଷୟଗୁଡ଼ିକ ସମ୍ପର୍କରେ ଏଭଳି ମିଥ୍ୟା ଖବର ପ୍ରକାଶ କରାଯାଏ।”

ସେ ଆହୁରି ‌କହିଥିଲେ, “ମୁଁ ମୋ ପରିବାରର ମୁଖ୍ୟ। ଐଶ୍ୱର୍ଯ୍ୟା ମୋ ବୋହୂ ନୁହଁନ୍ତି। ସେ ମୋ ଝିଅ, ଜଣେ ମହିଳା, ମୋ ଘରର ଜଣେ ମହିଳା। ଯଦି କେହି ତାଙ୍କ ବିଷୟରେ ଅପମାନଜନକ କଥା କହିବେ, ତେବେ ମୁଁ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ପାଇଁ ଲଢ଼ିବି। ଯଦି ଘରର ପୁରୁଷମାନଙ୍କୁ ତଥା ଅଭିଷେକଙ୍କୁ କିମ୍ବା ମୋତେ କିଛି କହିବାର ଅଛି, ତେବେ ମୁଁ ତାହା ସହ୍ୟ କରିବି। କିନ୍ତୁ … ଯଦି ତୁମେ ମୋ ଘରର ମହିଳାଙ୍କ ଉପରେ ଅନୁଚିତ ମନ୍ତବ୍ୟ ଦେବ, ତେବେ ମୁଁ ତାହା ସହ୍ୟ କରିବି ନାହିଁ !!!”

ତାଙ୍କର ଏଭଳି ବୟାନ ସେ ସମୟରେ ଖୁବ ଭାଇରାଲ ହୋଇଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.