Breaking News

ପୁଅ ହେବ ତ ଏମିତି: ମାଆଙ୍କୁ ପବିତ୍ର ତ୍ରିବେଣୀ ସଂଗମରେ ଗାଧୋଇ ଦେଲେ ମୁଖ୍ଯମନ୍ତ୍ରୀ ଧାମୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ବିଭିନ୍ନ ନେତା, ଅଭିନେତା, କ୍ରିକେଟର, କଣ୍ଠଶଳ୍ପୀଙ୍କ ସମେତ ଅନେକ ବଡ ବଡ ବ୍ୟକ୍ତିତ୍ବ ପବିତ୍ର ବୁଡ ପକାଇବାକୁ ମହାକୁମ୍ଭରେ ସାମିଲ ହେଉଛନ୍ତି । ଆଉ ଏଥିରେ ସାମିଲ ହୋଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ନିଜ ପରିବାର ସହ ଯାଇ ତ୍ରିବେଣୀ ସଂଗମରେ ପବିତ୍ର ବୁଡ ପକାଇଛନ୍ତି । ଧାମୀଙ୍କ ସହ ତାଙ୍କ ମାଆ, ତାଙ୍କ ପତ୍ନୀ ଏବଂ ପୁଅ ବି ସଙ୍ଗମରେ ବୁଡ ପକାଇଛନ୍ତି ।

ତେବେ ଏହି ବୁଡ ପକାଇବା ଭିତରେ ସବୁଠୁ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ଯେତେବେଳେ ତ୍ରିବେଣୀରେ ମୁଖ୍ୟମନ୍ତ୍ରୀ ଧାମୀ ବୁଡ ପକାଉଥିଲେ ସେଠି ତାଙ୍କ ମାଆ ବି ବୁଡ ପକାଉଥିଲେ ଆଉ ସେତିକିବେଳେ ଧାମୀ ନିଜ ମାଆଙ୍କୁ ପବିତ୍ର ତ୍ରିବେଣୀରୁ ପାଣି ନେଇ ତାଙ୍କୁ ଗାଧୋଇ ଦେଉଥିଲେ, ଆଞ୍ଜୁଳାରେ ପାଣି ନେଇ ତାଙ୍କ ମୁଣ୍ଡରେ ଢାଳୁଥିଲେ । ଯାହା ତାଙ୍କ ମାଆଙ୍କ ପ୍ରତି ଥିବା ତାଙ୍କ ସ୍ନେହ, ପ୍ରେମ ଓ ଭଲପାଇବାର ଚିତ୍ର ଦର୍ଶାଉଥିଲା । ପୁଅଟେ ଯେତେ ଉପରକୁ ଯାଉ, ଯେଉଁ ପଦପଦବୀରେ ରହୁ ନା କାହିଁକି ମାଆ ଆଗରେ ସେ ସବୁବେଳେ ଛୁଆ । ପିଲାଦିନେ ମାଆ ତାଙ୍କୁ ଗାଧୋଇ ଦେଉଥିଲେ ଆଉ ଏବେ ସିଏ ତାଙ୍କ ମାଆଙ୍କୁ ପୁଣି ପବିତ୍ର ପାଣଇ ଗାଧୋଇ ଦେଇଥିଲେ ଯାହା ଏକ ସୁନ୍ଦର ବାର୍ତ୍ତା ସମାଜକୁ ଦେଇଛି ।

ମହାକୁମ୍ଭରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିତ୍ର ଆମେ ଦେଖିଛେ । କେତେବେଳେ ପୁଅଟେ ଶ୍ରବଣ କୁମାର ହୋଇ ନିଜ ମାଆକୁ ବଦଳ ଗାଡିରେ ଟାଣିଟାଣି ମହାକୁମ୍ଭ ନେଇଛି ତ କିଏ ତା ବାପାକୁ କାନ୍ଧରେ ବୁଲାଇ ମହାକୁମ୍ଭ ମେଳା ଦେଖାଉଛି ଆଉ ଏବେ ଜଣେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ମାଆଙ୍କୁ ଗାଧୋଇ ଦେବାର ଚିତ୍ର ସାମ୍ନାକୁ ଆସିଛି ।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.