ପୁଣି ଏକ ହାତୀ ମୃତ୍ୟୁ। ୬ ବର୍ଷର ମାଇ ହାତୀର ମୃତଦେହ ଉଦ୍ଧାର ।

କନକ ବ୍ୟୁରୋ: ପୁଣି ଏକ ହାତୀ ମୃତ୍ୟୁ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଖୁଣ୍ଟାପଡା ପଞ୍ଚାୟତ, କନ୍ତଲେଇ ଗାଁ ଦାଢିଆସାହି ଧାନ କ୍ଷେତରେ ପଡିଛି ଏକ ମାଈ ହାତୀର ମୃତଦେହ। ଆଜି ସକାଳୁ ମାଈ ହାତୀର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ। ମୃତ ହାତୀର ବୟସ ୫/୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ହାତୀ ପଲଙ୍କ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ଘଟିଥିବା ବନ ବିଭାଗ ଆଶଙ୍କା କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ହାତୀର ପିଠି ଓ ପେଟରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ତଥା ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି। ସ୍ଥାନୀୟ ଅଞ୍ଚଳରେ ଦୁଇଟି ଦଳରେ ୫୫ ଟି ହାତୀ ରହିଛନ୍ତି। ଗୋଟିଏ ଦଳରେ ୪୦ ଓ ଅନ୍ୟ ଦଳରେ ୧୫ ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ-କନକ

Show More
Back to top button