Breaking News

ପୁଣି କୁହୁଡ଼ିର ଚାଦର ଘୋଡ଼େଇ ହେଲା ଦିଲ୍ଲୀ: ବିମାନ ସେବା ପ୍ରଭାବିତ

ପୁଣି କୁହୁଡ଼ିର ଚାଦର ଘୋଡ଼େଇ ହେଲା ଦିଲ୍ଲୀ। ଶନିବାର ସକାଳେ ଦିଲ୍ଲୀ ଏବଂ ଏନସିଆରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଯାହା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ନୂଆଦିଲ୍ଲୀ: ପୁଣି କୁହୁଡ଼ିର ଚାଦର ଘୋଡ଼େଇ ହେଲା ଦିଲ୍ଲୀ।  ଶନିବାର ସକାଳେ ଦିଲ୍ଲୀ ଏବଂ ଏନସିଆରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଯାହା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ବିମାନ ସଂସ୍ଥା ଇଣ୍ଡିଗୋ କହିଛି, ‘‘ଏହି କୁହୁଡ଼ି ଉଡ଼ାଣର ସମୟକୁ ପ୍ରଭାବିତ କରିବ। ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।’’

ସକାଳ ୮.୩୦ ସୁଦ୍ଧା ଦିଲ୍ଲୀରେ ତାପମାତ୍ରା ୧୧.୩ ଡିଗ୍ରୀ ସେଲସିୟସ୍ ଥିଲା। ଫ୍ଲାଇଟ୍‌ରାଡର୍‌୨୪ ଅନୁଯାୟୀ, ବିମାନ ଉଡ଼ାଣ ପ୍ରା ୨୬ ମିନିଟ୍‌ ବିଳମ୍ବ ହୋଇଛି।

ଦିଲ୍ଲୀରେ ଶୁକ୍ରବାରର ସର୍ବାଧିକ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ୍ ଥିଲା। ଯାହାକି ୨୦୧୯ ପରଠାରୁ ଏହି ମାସର ସବୁଠାରୁ ଉଷ୍ମ ଦିନ ଥିଲା।ମାସର ହାରାହାରି ସର୍ବାଧିକ ତାପମାତ୍ରା ୨୧.୧ ଡିଗ୍ରୀ ସେଲସିୟସ୍ ରହିଛି। ଯାହାକି ସର୍ବକାଳୀନ ୨୦.୧ ଡିଗ୍ରି ସେଲ୍‌ସିୟସ୍‌ର ରେକର୍ଡକୁ ଭଙ୍ଗ କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳ ମଧ୍ୟ ଘନ କୁହୁଡ଼ିରେ ଆଚ୍ଛାଦିତ ଥିଲା।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.