Breaking News

ପୁଣି ଧକ୍କା ଦେଲା ମୋ ବସ୍, ଦୁର୍ଘଟଣାରେ କଟକର ପରିବା ବ୍ୟବସାୟୀ ଆହତ

ପୁଣି ମୋ ବସ୍ ଏକ ଦୁର୍ଘଟଣା ଘଟାଇଥିବା ଜଣାଯାଇଛି। କଟକ ଖାନନଗର ମଲା ଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇଛି। ଡ୍ରାଇଭରଙ୍କର ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ପୁଲିସ।

କଟକ: ପୁଣି ମୋ ବସ୍ ଏକ ଦୁର୍ଘଟଣା ଘଟାଇଥିବା ଜଣାଯାଇଛି। କଟକ ଖାନନଗର ମଲା ଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇଛି। ଡ୍ରାଇଭରଙ୍କର ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ପୁଲିସ।

ବିଗତ ୬ ମାସରେ ‘ମୋ ବସ୍‌’ ଦ୍ବାରା ୧୫ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଗୁରୁତର ଆହତ ପଙ୍ଗୁ ହୋଇଯାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ନନ୍ଦନକାନନ ରୋଡ୍‌ରେ ମୋ ବସ୍‌ ପିଟିଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗତ ଜାନୁଆରି ୨୪ ତାରିଖରେ ଜନପଥ ୟୁକୋ ବ୍ୟାଙ୍କ ସାମ୍ନାରେ ଦୁଇ ମୋ ବସ୍‌ ପଛକୁ ପଛ ପିଟି ହେବାରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ଛକରେ ରାସ୍ତା‌ ପାର୍‌ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲାଙ୍କୁ ମୋ ବସ୍‌ ପିଟିବାରୁ ସେ ଗୋଟିଏ ହାତ ହରାଇବାକୁ ଯାଉଛନ୍ତି। କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ତାଙ୍କ ପାଇଁ କିଛି କରିନାହାନ୍ତି। ଏତେସବୁ ପରେ ମଧ୍ୟ ନା ଚାଳକ ଚେତୁଛନ୍ତି ନା କ୍ରୁଟ୍‌। ପ୍ରତ୍ୟେକ ଦୁର୍ଘଟଣା ପରେ କ୍ରୁଟ୍‌ କର୍ତ୍ତୃପକ୍ଷ କେବଳ ଚାଳକକୁ ସସ୍‌ପେଣ୍ଡ କରିଦେଇ ନିଜର ଦାୟିତ୍ବ ସାରିଦେଇଛନ୍ତି। କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ମୋ ବସ୍‌ ଚାଳକଙ୍କ୍ ଆତଙ୍କ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଘଟାଇବା ପରେ ସେମାନେ ପାଲଟା ନାଲିଆଖି ଦେଖାଉଛନ୍ତି। କ୍ରୁଟ୍‌ ସରକାରଙ୍କ ସଂସ୍ଥା ହୋଇଥିବାରୁ ପୁଲିସ ସମର୍ଥନ କରିବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ସାଧାରଣ ‌ଲୋକ ହିଁ କ୍ଷତିଗ୍ରସ୍ତ ହେଉଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଥିଲା। ମୃତ ନାବାଳିକା ହେଉଛି ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ ମୁନି ଜୁଆଡ଼ି (୧୨)। ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରାମଚନ୍ଦ୍ର ପରିବାର ସହ ରହି ଏଠାରେ କାମ କରନ୍ତି। ଦୁର୍ଘଟଣା ପରେ ବସ୍‌ ଚାଳକ ପୁରୀ ନିମାପଡ଼ାସ୍ଥିତ ହରିପୁର ଗ୍ରାମର ନୃସିଂହ ସେଠୀ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଥିଲେ। ମୃତ ନାବାଳିକାର ମା’ ସାବିତ୍ରୀ ଜୁଆଡ଼ିଙ୍କ ଅଭିଯୋଗ ପରେ ନୃସିଂହକୁ ପୁଲିସ୍‌ ଗିରଫ କରିଥିଲା।

ତଥ୍ୟ ମୁତାବକ, ବିଗତ ୬ ମାସରେ ‘ମୋ ବସ୍‌’ ଦ୍ବାରା ୧୫ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଗୁରୁତର ଆହତ ପଙ୍ଗୁ ହୋଇଯାଇଛନ୍ତି।

ଗତ ବର୍ଷ ସେପ୍ଟେମ୍ବରରେ ନନ୍ଦନକାନନ ରୋଡ୍‌ରେ ମୋ ବସ୍‌ ପିଟିଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗତ ଜାନୁଆରି ୨୪ ତାରିଖରେ ଜନପଥ ୟୁକୋ ବ୍ୟାଙ୍କ ସାମ୍ନାରେ ଦୁଇ ମୋ ବସ୍‌ ପଛକୁ ପଛ ପିଟି ହେବାରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ଛକରେ ରାସ୍ତା‌ ପାର୍‌ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲାଙ୍କୁ ମୋ ବସ୍‌ ପିଟିବାରୁ ସେ ଗୋଟିଏ ହାତ ହରାଇବାକୁ ଯାଉଛନ୍ତି। କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ତାଙ୍କ ପାଇଁ କିଛି କରିନାହାନ୍ତି। ଏତେସବୁ ପରେ ମଧ୍ୟ ନା ଚାଳକ ଚେତୁଛନ୍ତି ନା କ୍ରୁଟ୍‌। ପ୍ରତ୍ୟେକ ଦୁର୍ଘଟଣା ପରେ କ୍ରୁଟ୍‌ କର୍ତ୍ତୃପକ୍ଷ କେବଳ ଚାଳକକୁ ସସ୍‌ପେଣ୍ଡ କରିଦେଇ ନିଜର ଦାୟିତ୍ବ ସାରିଦେଇଛନ୍ତି। କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ମୋ ବସ୍‌ ଚାଳକଙ୍କ୍ ଆତଙ୍କ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଘଟାଇବା ପରେ ସେମାନେ ପାଲଟା ନାଲିଆଖି ଦେଖାଉଛନ୍ତି। କ୍ରୁଟ୍‌ ସରକାରଙ୍କ ସଂସ୍ଥା ହୋଇଥିବାରୁ ପୁଲିସ ସମର୍ଥନ କରିବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ସାଧାରଣ ‌ଲୋକ ହିଁ କ୍ଷତିଗ୍ରସ୍ତ ହେଉଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.