Breaking News

ପୁନର୍ବ୍ୟବହାର ଅପେକ୍ଷାରେ ୭୫ କୋଟି ଟନ୍‌ ଶିଳ୍ପ ବର୍ଜ୍ୟ

ଭାରତର କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ବର୍ଜ୍ୟ ସମାସ୍ୟାର ଉତ୍କୃଷ୍ଟ ସମାଧାନ ହେଉଛି ତାହାକୁ ପୁନଃଚକ୍ରଣ କରିବା। ପୁନଃଚକ୍ରଣ କହିଲେ ସାଧାରଣତଃ ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟ ସାମଗ୍ରୀର ସ୍ଥାୟୀ ବ୍ୟବହାରକୁ ବୁଝାଯାଏ।

ଭାରତର କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ବର୍ଜ୍ୟ ସମାସ୍ୟାର ଉତ୍କୃଷ୍ଟ ସମାଧାନ ହେଉଛି ତାହାକୁ ପୁନଃଚକ୍ରଣ କରିବା। ପୁନଃଚକ୍ରଣ କହିଲେ ସାଧାରଣତଃ ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟ ସାମଗ୍ରୀର ସ୍ଥାୟୀ ବ୍ୟବହାରକୁ ବୁଝାଯାଏ। ଏହା ବର୍ଜ୍ୟ ଉତ୍ପାଦାନକୁ ସୀମିତ କରିଥାଏ। ତେବେ ୨୦୩୦ ମସିହା ସୁଦ୍ଧା ଦେଶ ୭୫୦ ନିୟୁତ ଟନ୍‌ ଓଜନର ଇସ୍ପାତ ଖଦ ଓ ଫ୍ଲାଇ ଆସ୍‌ ପରି ଶିଳ୍ପବର୍ଜ୍ୟର ପୁନର୍ବ୍ୟବହାର କରିପାରିବ ବୋଲି ବିଜ୍ଞାନ ଓ ପରିବେଶ କେନ୍ଦ୍ର(ସିଏସ୍‌ଇ)ର ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି। ଏହା ୫୦ରୁ ୯୦ ମିଲିଅନ୍ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ କରିପାରିବ।

ବିଜ୍ଞାନ ଓ ପରିବେଶ କେନ୍ଦ୍ର(ସିଏସ୍‌ଇ)ର ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି ଯେ ଇସ୍ପାତ୍‌ ଖଦ ଓ ଫ୍ଲାଇ ଆସ୍‌ ପରି ଶିଳ୍ପ ବର୍ଜ୍ୟର ପୁନର୍ବ୍ୟବହାର କରି ଭାରତ ବର୍ଷକୁ ୫୦ରୁ ୯୦ ମିଲିଅନ୍ ଟନ୍‌ ଯାଏ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିପାରିବ

ସମ୍ପ୍ରତି ଜାତୀୟ ଓ ବିଶ୍ବସ୍ତରରେ ବର୍ଜ୍ୟର ପୁନର୍ବ୍ୟବହାରଶୀଳତା ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଭାବରେ ଉଭା ହୋଇଛି।  ଶିଳ୍ପବର୍ଜ୍ୟ ଅପଚୟ ନୁହେଁ, ବରଂ ଏକ ମୂଲ୍ୟବାନ ସମ୍ବଳ ବୋଲି ସିଏସ୍‌ଇର ମହାନିର୍ଦ୍ଦେଶିକା ସୁନୀତା ନାରାୟଣ କହିଛନ୍ତି। ଭାରତରେ ପୁନଃଚକ୍ରଣ ଉପରେ ଧ୍ୟାନ ଦିଆଯାଇଛି, ଯାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫  ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ। ସିଏସ୍‌ଇ ରିପୋର୍ଟ ଅନୁଯାୟୀ, ଭାରତରେ ପାର୍ଥିବ ଶିଳ୍ପ ବ୍ୟବହାର ୨୦୧୫ ମସିହାରେ ୭୦୦ କୋଟି ଟନ୍‌ ଥିଲା ବେଳେ ୨୦୩୦ ବେଳକୁ ତାହା ଦ୍ବିଗୁଣିତ ହୋଇ ୧୪୨୦ କୋଟି ଟନ୍‌ରେ ପହଞ୍ଚିଯିବ। ୟୁରୋପରେ ୭୦ ପ୍ରତିଶତ ସାମଗ୍ରୀ ପୁନଃପ୍ରକ୍ରିୟାକୃତ ହେଉଥିବା ବେଳେ ଭାରତରେ ପୁନର୍ବ୍ୟବହାରକ୍ଷମ ସାମଗ୍ରୀର ପରିମାଣ ହେଉଛି ମାତ୍ର ୨୦ ପ୍ରତିଶତ। ଶିଳ୍ପରୁ ବାହାରୁଥିବା ବିପଦପୂର୍ଣ୍ଣ ଆବର୍ଜନାର ଅନୁପଯୁକ୍ତ ପରିଚାଳନା ଯୋଗୁଁ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ପରି ଦୁଃଖଦ ପରିସ୍ଥିତିର ଆଶଙ୍କା ରହିଛି।

ଏହି ଆବର୍ଜନା ସ୍ଥାନୀୟ ସମ୍ପ୍ରଦାୟ, ବନ୍ୟପ୍ରାଣୀ ଏବଂ ଉଦ୍ଭିଦ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ପୁନଃଚକ୍ରଣ ଉପରେ ସିଏସ୍‌ଇ ଗୁରୁତ୍ବାରୋପ କରିଛି, ଯାହା ସମ୍ବଳର ସଂରକ୍ଷଣ କରିପାରିବ। ଉଦାହରଣ ସ୍ବରୂପ, ବାୟୋମାସ ଭଳି ଶିଳ୍ପବର୍ଜ୍ୟରୁ ପ୍ରାପ୍ତ ବିକଳ୍ପ ଇନ୍ଧନ ଓ କଞ୍ଚାମାଲ ଭାରତରେ କୋଇଲା ବ୍ୟବହାରକୁ ହ୍ରାସ କରିପାରିବ। ସେହିପରି ସିମେଣ୍ଟ ଶିଳ୍ପର ବିଦ୍ୟୁତ୍‌ କ୍ଷେତ୍ରରୁ ଫ୍ଲାଇ ଆସ୍‌ର ବ୍ୟବହାର ଏବଂ ରାସ୍ତା ଓ କୋଠାବାଡ଼ି ନିର୍ମାଣରେ ଲୁହା ଓ ଇସ୍ପାତ ଶିଳ୍ପରୁ ଉତ୍ପନ୍ନ ଖାଦର ପୁନର୍ବ୍ୟବହାର ହୋଇପାରିବ। ଯଦିଓ ଗୁଜରାଟ, ଗୋଆ ଓ କର୍ଣ୍ଣାଟକ ପରି ରାଜ୍ୟରେ ପୁନଃଚକ୍ରଣ ଦିଗରେ ଉଲ୍ଲେଖନୀୟ ପଦକ୍ଷେପମାନ ନିଆଯାଇଛି, ତେବେ ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ତାହା ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି ସିଏସ୍‌ଇ ପରାମର୍ଶ କରିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.