
ପୁରୀ ୨୬।୩: ସମୁଦ୍ର ଗର୍ଭରୁ ବଞ୍ଚିଲା ଚାରି ଜୀବନ । ପୁଣି ପୁରୀ ସମୁଦ୍ରରେ ଘଟିଛି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୭, ସେକ୍ଟର ୮ ଏବଂ ସେକ୍ଟର ୧୩ ରେ ସ୍ନାନ କରୁଥିବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ସୁକଦେବ ପଲ୍, କେଶବ ବାଗ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ଶାନ୍ତନୁ କୁମାର ସାହୁ, ଆୟୁଷ୍ମାନ ସୁବୁଦ୍ଧି । ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଲାଇଫ ଗାର୍ଡ ମାନେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।
ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ଏ ଦିଗରେ ପର୍ଯ୍ୟଟକ ସଚେତନ ହେବା ସହିତ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବ୍ୟାପକ ସଚେତନତା ଏବଂ ସମୁଦ୍ର କୂଳରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି ।
ସୌଜନ୍ୟ Prameya News7




