Breaking News

ପୁଲିସ୍‌ବାବୁ ହେ ଜୁହାର ! ପାଇବନି ଯଦି ଅସଲ ସତ, କିଣିନବ ଟିକେ ଜହର

ରାଜ୍ୟରେ ଜଣେ ପରେ ଜଣେ ମହିଳା ନ୍ୟାୟ ନପାଇ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। କିଏ ଆତ୍ମହତ୍ୟା କରୁଛି ତ କାହାକୁ ହତ୍ୟା କରାଯାଉଛି। ହେଲେ ସବୁ କିଛି ସରିବା ପରେ ପୁଲିସ୍‌ ଖାଲି ତଦନ୍ତ କରୁଛି। ଯେଉଁ ତଦନ୍ତର କିଛି ବି ନିଷ୍କ୍ରିୟ ବ‌ାହାରି ପାରୁନି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

 

ଭୁବନେଶ୍ବର:

 

  • ରହିଯାଅ ହେ ପୁଲିସ୍‌ ବାବୁ ! ଆଉ ଦେଖାନା ଛଇ; ତମ ପରିକା କିଏ ସେ ହେବ, କହିବକି ଟିକେ ଭାଇ?

  • ଲୋକଙ୍କୁ ଦେ‌ଖେଇ ହଉଛ; ଜୀବନ ଆମର ଚାଲିଗଲା ପରେ ଇଆଡ଼େ ସିଆଡ଼େ ଧାଉଁଛ…!

  • ତମ ବରଦି ତଳେ ହୃଦୟ ନାହିଁ, ନାରୀ ଦୁଃଖ କାଇଁ ବୁଝିବ? ନିଜ ଖାତିର ବଢ଼େଇବାକୁ ମିଛଟାରେ ଯାହା କାନ୍ଦିବ।

  • ତମ କୁମ୍ଭୀର କାନ୍ଦଣା ଦେଖିକି; ମନ ମୋ କହୁଛି ମରତକୁ ‌ଫେରି ଆସନ୍ତି ବହେ ଛେଚିକି।

  • ଶୋଉଛ ତ ଭଲ ବାଗରେ; ଝିଅଟିଏ ଜଳି ମରିଗଲା ପରେ ଧାଉଁଛ ସଭିଙ୍କ ଆଗରେ।

  • ଯିମିତି, ସବୁ ଦବ ଓଲଟେଇ …! ତମ ରୋଗ ଆଉ ଅଛପା ଅଛି କି, ତମକୁ ବିଶ୍ବାସ ନାହିଁ।

  • ନାରୀଟିଏ ଯେବେ ନିସହାୟ ‌ହୋଇ ତମ ଦୁଆରକୁ ଯାଉଛି, ତମେ ତଡ଼ିଦିଏ ଏମିତି ତାକୁ; ସତେକି ହଜାରେ ଖାଇଛି।

  • ହେଲେ ସେହି ନାରୀ ଯେବେ ଜଳଇ; କୁମ୍ଭୀର କାନ୍ଦଣା କାନ୍ଦିକି ତମେ ସମସ୍ତଙ୍କୁ ଦିଅ ଭେଳେଇ।

  • ହାତ ଯୋଡ଼ିଣ ନେହୁରା ହେଉ ବନ୍ଦ କର ତମ ନାଟକ; ନାରୀଟିଏ ପାଇଁ ଚବିଶି ପ୍ରହର ବନ୍ଦ ରହୁ ଥାନା ଫାଟକ …!

  • ନମସ୍କାର, ନମସ୍କାର, ଏଇଠାରୁ କଲି ଜୁହାର; ପାଇବନି ଯଦି ଅସଲ ସତ, କିଣି ନବ ଟିକେ ଜହର।Untitled

ରାଜ୍ୟରେ ଜଣେ ପରେ ଜଣେ ମହିଳା ନ୍ୟାୟ ନପାଇ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। କିଏ ଆତ୍ମହତ୍ୟା କରୁଛି ତ କାହାକୁ ହତ୍ୟା କରାଯାଉଛି। ହେଲେ ସବୁ କିଛି ସରିବା ପରେ ପୁଲିସ୍‌ ଖାଲି ତଦନ୍ତ କରୁଛି। ଯେଉଁ ତଦନ୍ତର କିଛି ବି ନିଷ୍କ୍ରିୟ ବ‌ାହାରି ପାରୁନି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

 

 

ସୌଜନ୍ୟ – ସମ୍ବାଦ

Comments are closed.