Breaking News

ପୁଲିସ୍‌ ସାଜି ପୁଲିସ୍‌ ଅଧିକାରୀଙ୍କୁ କଲ୍‌ କରିଥିଲା ସାଇବର୍‌ ଠକ, ତାପରେ…

ନିକଟରେ କେରଳରେ ଘଟିଥିବା ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ ସାଇବର୍‌ ଠକ୍‌କୁ ସେତେବେଳେ ଶକ୍ତ ଧକ୍କା ଲାଗିଲା; ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଯାହାକୁ ଠକିବାର ଯୋଜନା କରିଥିଲେ ସେ ହେଉଛନ୍ତି ଜଣେ ପୁଲିସ୍‌।

0

ମୁମ୍ବାଇ: ନିକଟ ଅତୀତରେ ଭାରତରେ ସାଇବର ଅପରାଧର ମାମଲା ତୀବ୍ର ଭାବରେ ବୃଦ୍ଧି ପାଇଛି। ସାଇବର ଅପରାଧୀମାନେ ଲୋକମାନଙ୍କର କଷ୍ଟ ଉପାର୍ଜିତ ଅର୍ଥରୁ ସେମାନଙ୍କୁ ଠକିବା ପାଇଁ ଅଭିନବ ଉପାୟ ଆପଣେଇ ଥାଆନ୍ତି। ତେବେ ନିକଟରେ କେରଳରେ ଘଟିଥିବା ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ ସାଇବର୍‌ ଠକ୍‌କୁ ସେତେବେଳେ ଶକ୍ତ ଧକ୍କା ଲାଗିଲା; ଯେତେବେଳେ ସେ ଜାଣିବାକୁ ପାଇଲା ଯେ ସେ ଯାହାକୁ ଠକିବାର ଯୋଜନା କରିଥିଲା ସେ ହେଉଛନ୍ତି ଜଣେ ପୁଲିସ୍‌। ତେବେ ସବୁଠାରୁ ମଜାଦାର କଥା ହେଉଛି, ଠକ ଜଣକ ନିଜକୁ ଜଣେ ପୁଲିସ୍‌ ଅଧିକାରୀ ବୋଲି କହି ଠକିବାକୁ ଚେଷ୍ଟା କରିିଥିବା ବେଳେ ସେ ପଡ଼ି ଯାଇଥିଲା ଜଣେ ବାସ୍ତବ ପୁଲିସ୍‌ଙ୍କ ହାତରେ।

ତ୍ରିସୁର ସିଟି ପୁଲିସ ସୋସିଆଲ ମିଡିଆରେ ପୂରା ବାର୍ତ୍ତାଳାପର ଏକ ଭିଡିଓକୁ ହାସ୍ୟରସ ଭାବରେ ସେୟାର କରିଛି। ଇନଷ୍ଟାଗ୍ରାମରେ ଏହି କ୍ଲିପ୍ ସେୟାର କରିବା ସମୟରେ ବିଭାଗ ଲେଖିଛି, “ବାଘକୁ ଧରିଥିବା ବାଘ”।

ମଙ୍ଗଳବାର ଦିନ ତ୍ରିସୁର ସିଟି ପୁଲିସ ଏହି ଭିଡିଓ ସେୟାର କରିଛି। ସେବେଠାରୁ ଭିଡିଓଟିରେ ୧୦ ହଜାରରୁ ଅଧିକ ଲାଇକ୍‌ ଏବଂ ୨୪୨,୦୦୦ ଭିୟୁ ହୋଇ ସାରିଲାଣି। ଏହି ପୋଷ୍ଟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଭିତରେ ଏକ କୌତୁହଳ ସୃଷ୍ଟି କରିଛି। କେହି କେହି ଏହାକୁ ହାସ୍ୟାସ୍ପଦ ଭାବେ ନେଇଥିବା ବେଳେ ଅନ୍ୟମାନେ ଠକର ଭୁଲକୁ ପରିହାସ କରିଛନ୍ତି। କେତେକ ବ୍ୟବହାରକାରୀ ଏହି ଦୁର୍ନୀତିର ଖୁଲାସା କରିଥିବାରୁ ତ୍ରିସୁର ପୁଲିସର ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଠକ ଜଣକ ପୁଲିସ୍‌‌ ପୋଷାକ ପିନ୍ଧି ଭିଡିଓ କଲ୍‌ କରିଥିବା ବେଳେ ବାସ୍ତବ ପୁଲିସ୍‌ ଅଧିକାରୀ ଜଣକ ପ୍ରଥମେ କହୁଛନ୍ତି ଯେ ମୋ କ୍ୟାମେରା ଠିକ୍‌ରେ କାମ କରୁନାହିଁ। ପରେ ସେ ୟୁନିଫର୍ମ ପିନ୍ଧା ନିଜ ଚେହେରା ଦେଖାଇବା ବେଳେ ଠକ ଜଣକ ଚମକି ପଡୁଛି। ତାପରେ ନିଜ ଭୁଲ୍‌ ବୁଝିପାରି ହସିବାରୁ ବାସ୍ତବ ପୁଲିସ୍‌ ତାକୁ କହୁଛନ୍ତି, ‘‘ଏହି କାମ କରିବା ବନ୍ଦ କର … ମୋର ତୁମର ଠିକଣା, ତୁମର ଅବସ୍ଥାନ ଏବଂ ସବୁକିଛି ଏବେ ମୋ ପାଖରେ। ଏହା ସାଇବର ସେଲ ଅଟେ। ତୁମେ ଏହି କାମ କରିବା ବନ୍ଦ କରିବା ଭଲ ହେବ।”

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.