Breaking News

ପୁଲିସ-ସେନା ଅଫିସର ମାମଲା, ନିଲମ୍ବିତ ୫ ପୁଲିସଙ୍କ ସମେତ ସମସ୍ତଙ୍କୁ ହାଜର ହେବାକୁ ନୋଟିସ୍ ଜାରି

ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ପୁଲିସ-ଏବଂ ସେନା ଅଫିସର ବିବାଦ ମାମଲାର ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିସନ ନୋଟିସ୍ ଜାରି କରିଛନ୍ତି । ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା କମିସନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି...

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ପୁଲିସ ଏବଂ ସେନା ଅଫିସର ବିବାଦ ମାମଲା ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିସନ ନୋଟିସ୍ ଜାରି କରିଛନ୍ତି । ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା କମିସନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି।

ନୋଟିସ ଅନୁସାରେ, ଗୁରୁବାର ଦିନ କମିସନଙ୍କ ନିକଟରେ ସମସ୍ତ ନିଲମ୍ବିତ ୫ ପୁଲିସ କର୍ମଚାରୀ ହାଜର ହେବେ। ସେମାନଙ୍କ ମଧ୍ୟରେ ଭରତପୁରର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ମଧ୍ୟ ଅଛନ୍ତି । ସେନା ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ହାଜର ହେବାକୁ ମଧ୍ୟ ନୋଟିସ୍‌ ହୋଇଛି ।

ଏହାସହ ରାସ୍ତାରେ ଆକ୍ରମଣ କରିଥିବା ଯୁବକଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍‌ ହୋଇଛି । ସମସ୍ତେ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ କମିସନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍‌ରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ: ପଦୋନ୍ନତି ନିୟମ ବଦଳିଲା: ୭ବର୍ଷ ପରେ ଏସ୍‌ଆଇରୁ ଇନ୍ସପେକ୍ଟର ହୋଇପାରିବେ

ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିସନ ମଧ୍ୟ ଗଠନ କରାଯାଇଛି।

ଅଧିକ ପଢ଼ନ୍ତୁ: ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନା: ୪୮ ଡାକ୍ତର ବଦଳରେ ଅଛନ୍ତି ୧୪ ଜଣ

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.